ବସ୍ତି ୱେଲଫେୟାର ବୋର୍ଡ଼ ଗଠନ କରାଯାଉ : ପ୍ରତାପ ସାହୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବିଧାନସଭାରେ ବସ୍ତି ଆଇନ୍ ୨୦୦୩ ସଂଶୋଧନକୁ ସ୍ୱାଗତ କରିଛନ୍ତି ଓଡ଼ିଶା ବିସ୍ତି ସଂଘର୍ଷ ସମିତିର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ । ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ଦୀର୍ଘବର୍ଷ ହେବ ବସ୍ତିବାସିନ୍ଦାମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଥିଲା । କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଗତକାଲି ବିଧାନସଭାରେ ବସ୍ତି ଆଇନ୍ ସଂଶୋଧନ କରିଥିବାରୁ ଶ୍ରୀଯୁକ୍ତ ସାହୁ ଉଭୟଙ୍କୁ ଧନ୍ୟବାନ ଜ୍ଞାପନ କରିଛନ୍ତି । ଏହି ସଂଶୋଧନ ଆଇନ୍‌ରେ ଏନ୍‌ଏସିରେ ଓ ମୁନିସିପାଲିଟିରେ ଥିବା ବସ୍ତିବାସିନ୍ଦାମାନଙ୍କୁ ଜାଗା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ । କିନ୍ତୁ ସରକାର ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ୩୦ ବର୍ଗମିଟର ଜାଗା ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘର ଯୋଗାଇ ଦେବେ ବୋଲି ମାନ୍ୟବର ମନ୍ତ୍ରୀ ଘୋଷଣା କରିଛନ୍ତି । ଏତଦ୍‌ବ୍ୟତୀତ ସରକାରଙ୍କ ନିର୍ଦ୍ଧାରିତ ପୂର୍ବରୁ ଯିଏ ଘର ତିଆରି ଶେଷ କରିବ, ସେମାନଙ୍କୁ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଏହି ଆଇନରେ ପାରିତ ହୋଇଥିବାରୁ ବସ୍ତିବାସିନ୍ଦାମାନେ ଖୁସିବ୍ୟକ୍ତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶା ବସ୍ତି ସଂଘର୍ଷ ସମିତିର ଦୀର୍ଘବର୍ଷ ଲଢେଇର ଏହା ସଫଳତା । ଏତ୍‌ଦ୍ୱାରା ଶ୍ରୀଯୁକ୍ତ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ପାଖରେ ବସ୍ତି ୱେଲଫେୟାର ବୋର୍ଡ଼ ଗଠନ କରାଯାଉ ବୋଲି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ