ନିର୍ମାଣଧୀନ ୨ଟି ପାର୍କର ସୈାନ୍ଦର୍ଯ୍ୟକରଣର ତଦାରଖ କଲେ ଜିଲ୍ଲପାଳ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର କୁ ଅଧିକ ରୁ ଅଧିକ ସୈାଦର୍ଯ୍ୟକରଣ ନିମନ୍ତେ ଜିଲ୍ଲାପ୍ରଶାସନ ତତ୍ପରତା ରହିଛନ୍ତି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏନଏସି ପକ୍ଷରୁ ବହୁ ନୂତନ କାର୍ଯ୍ୟ ଗୁଡିକ ହାତକୁ ନେଇଛନ୍ତି । ଆଉ କେତକ କାର୍ଯ୍ୟ ସରିଯାଇଛି ଏବଂ କେତକ କାର୍ଯ୍ୟ ଚାଲୁରହିଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ତହସିଲକାର୍ଯ୍ୟାଳୟ ନିକଟରେ ଚାଲିଥିବା ଦୁଇଟି ରୋଡସାଇଡ୍ ପାର୍କ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ଏହି ପାର୍କ ଗୁଡିକ ଅଗ୍ରଗତି କାର୍ଯ୍ୟ କିପରୀ ଚାଲିଛି ତାହାକୁ ଆଜି ଅପରାହ୍ନରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଲି ତଦାରଖ କରିବା ସହ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟସୀମା ଭିତରେ ସାରିବାକୁ ଉପସ୍ଥିତ ଠିକାଦାରଙ୍କୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ