ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ସଚିବ – କହିଲେ : ରୋକ ନଲଗାଇଲେ ଉପୁଜିବ ଶ୍ରୀଲଙ୍କା ସ୍ଥିତି

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ନିର୍ବାଚନରେ ଭୋଟ୍ ପାଇଁ କିଛି ରାଜ୍ୟ ସରକାରଙ୍କ ମାଗଣା ବଣ୍ଟା ଯୋଜନା ସେହି ରାଜ୍ୟ ଗୁଡ଼ିକ ପାଇଁ ବଡ଼ ଧରଣର ଆର୍ଥିକ ସଂକଟ ସୃଷ୍ଟି କରିପାରେ । ଏପରିକି ସେମାନଙ୍କର ସ୍ଥିତି ଶ୍ରୀଲଙ୍କା ଓ ଗ୍ରୀସ୍ ଭଳି ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ଟପ୍ ବ୍ୟୁରୋକ୍ରାଟ୍ । ଶନିବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଦେଶର କିଛି ବରିଷ୍ଠ ଆଇଏଏସ୍ ଅଫିସର୍ ଏହି ଚେତାବନୀ ଦେଇଛନ୍ତି । ବିଶେଷକରି ସେମାନେ ୫ଟି ରାଜ୍ୟର ନାଁ ନେଇଛନ୍ତି । ସେମାନେ ହେଲେ ପଞ୍ଜାବ, ଦିଲ୍ଲୀ, ତେଲେଙ୍ଗାନ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ । ଏଠାରେ ବଣ୍ଟା ଯାଉଥିବା ମାଗଣା ଯୋଜନା ଆର୍ଥିକ ଦୃଷ୍ଟିକୋଣରୁ ଅସମ୍ଭାଳ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି । ସଚିବମାନେ ଇଂରାଜୀରେ ଏହାକୁ ‘ଅନସଷ୍ଟେନେବୁଲ’ ବୋଲି କହିଛନ୍ତି । ସେମାନେ କହିଛନ୍ତି, କିଛି ରାଜନୈତିକ ଦଳ ମାଗଣା ବିଦ୍ୟୁତ ଯୋଗାଇବେ ବୋଲି ଘୋଷଣା କରୁଛନ୍ତି । ଏହା ଦ୍ୱାରା ରାଜ୍ୟ ରାଜକୋଷ ଉପରେ ବଡ଼ଧରଣର ବୋଝ ପଡ଼ିବ । ଫଳସ୍ୱରୂପ ଅତ୍ୟାବଶ୍ୟକ କ୍ଷେତ୍ର ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ପାରିବ ନାହିଁ । ନିର୍ବାଚନ ପୂର୍ବରୁ ଏଭଳି ମାଗଣା ବାଂଟିବା ପାଇଁ ରାଜନୈତିକ ଦଳଗୁଡ଼ିକର ଘୋଷଣା ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଆର୍ଥିକ ପରିଚାଳନା ଉପରେ ବଡ଼ ଧରଣର ପ୍ରଭାବ ପକାଇବ । ଏହି ବୈଠକରେ ଶାସନ ପରିଚାଳନାରେ ଉନ୍ନତି ଆଣିବା ଏବଂ ଦ୍ରାରିଦ୍ର୍ୟତା ହ୍ରାସ କରିବା ନେଇ ବ୍ୟାପକ ଆଲୋଚନା ହୋଇଥିବା ନେଇ ଜଣେ ଅଧିକାରୀ କହିଛନ୍ତି ।

କାଙ୍ଗାଳ କରିଦେବ ମାଗଣା ବଣ୍ଟା !

– ମୋଦୀଙ୍କୁ ଭେଟି ଚିନ୍ତା ପ୍ରକାଶ କଲେ ଦେଶର ଟପ୍ ବ୍ୟୁରୋକ୍ରାଟ୍

– କାଙ୍ଗାଳ କରିଦେଇପାରେ ରାଜ୍ୟ ଗୁଡିକର ମାଗଣା ବଂଟା ଯୋଜନା

– ପ୍ରଧାନମନ୍ତ୍ରୀଙ୍କ ସହ ପ୍ରାୟ ୪ ଘଂଟା ଧରି ଅଫିସରଙ୍କ ଆଲୋଚନା

– ବିଭିନ୍ନ ରାଜ୍ୟର ସଚିବମାନେ ମୋଦୀଙ୍କୁ ଭେଟି ସତର୍କ କରାଇଲେ

– ନିର୍ବାଚନ ଜିତିବା ପାଇଁ ଏକାଧିକ ଲୋକାଭିମୁଖୀ ଯୋଜନା ଘୋଷଣା ହେଉଛି

– ଜିତିବା ପରେ ଲୋକଙ୍କ ଭରସା ରକ୍ଷା ପାଇଁ ମାଗଣା ଯୋଜନା ଚଳାଉଛନ୍ତି ରାଜ୍ୟ

– ମାଗଣା ଯୋଜାନ ଉପରେ ନଜର ନରଖିଲେ ଦେଖାଦେବ ଅର୍ଥନୈତିକ ସଂକଟ

– ବର୍ତ୍ତମାନ ଶ୍ରୀଲଙ୍କାରେ ଦେଖା ଦେଇଥିବା ଆର୍ଥିକ ସଂକଟ ଭଳି ପରିସ୍ଥିତି ଉପୁଜିପାରେ

– ଲୋକାଭିମୁଖୀ ଯୋଜନାକୁ ନିୟନ୍ତ୍ରଣ ନକଲେ ଗ୍ରୀସ ଭଳି ଆର୍ଥିକ ସଂକଟ ଉପୁଜିବ

– କେତେକ ରାଜ୍ୟରେ ଆର୍ଥନୈତିକ ସଂକଟ ଗମ୍ଭୀର ହେବାରେ ଲାଗିଛି

– ପଞ୍ଜାବ, ଦିଲ୍ଲୀ, ତେଲେଙ୍ଗାନା, ଆନ୍ଧ୍ର ଓ ପଶ୍ଚିମବଙ୍ଗ ଚଳାଇଛନ୍ତି ମାଗଣା ଯୋଜନା

– ମାଗଣା ବିଜୁଳି ବାଣ୍ଟିବା ଫଳରେ ରାଜ୍ୟ ରାଜକୋଷ ଉପରେ ପଡିପାରେ ଚାପ

– ମାଗଣା ବଂଟନ ଫଳରେ ଅନ୍ୟ ସାମାଜିକ ସୁରକ୍ଷା କ୍ଷେତ୍ରରେ କମୁଛି ଅନୁଦାନ

– ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସେବାକୁ ବାଦଦେଇ ମାଗଣା ବଂଟାରେ ମାତିଛନ୍ତି

– ୟୁପି ଓ ଗୋଆରେ ମାଗଣା ରୋଷେଇ ଗ୍ୟାସ ବାଂଟିବାକୁ ଘୋଷଣା କରିଥିଲା ବିଜେପି

– ରାଜ୍ୟଗୁଡିକର ମାଗଣା ବଣ୍ଟା କେନ୍ଦ୍ର ସରାକରଙ୍କ ଉପରେ ମଧ୍ୟ ଚାପ ବଢାଇବ

ଶ୍ରୀଲଙ୍କାରେ କିଭଳି ଆର୍ଥିକ ସଂକଟ ଦେଖା ଦେଇଛି । ଏବଂ ଭାରତୀୟ ଅଫିସରମାନେ ଶ୍ରୀଲଙ୍କା ଭଳି ସ୍ଥିତି ଉପୁଜିବା ନେଇ କାହିଁକି ଆଶଙ୍କା କରୁଛନ୍ତି ।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ : –

– ୧୨ରୁ ୧୩ ଘଣ୍ଟା ବିଦ୍ୟୁତ୍ କାଟ୍

– ସହରର ଷ୍ଟ୍ରିଟ୍ ଲାଇଟ୍ ବନ୍ଦ

– ୩୦ ପ୍ରତିଶତ ମହଙ୍ଗା ହେଲାଣି ଔଷଧ

– ପେଟ୍ରୋଲ ପମ୍ପରେ ସେନାର ଯବାନ ମୁତୟନ

– ପେଟ୍ରୋଲ ଓ ଡିଜେଲ ଦର ୩ରୁ ୪ ଗୁଣା ବୃଦ୍ଧି

– ଚାଉଳ କିଲୋ ୫ ଶହ ଟଙ୍କାରେ ପହଂଚିଛି

– ଚିନି କିଲୋ ୨୯୦ ଟଙ୍କାରେ ମିଳୁଛି

– ଶହେ ଟଙ୍କା ଦେଲେ ମିଳୁଛି ଗୋଟେ କପ୍ ଚା’

– ଏଲପିଜି ସିଲିଣ୍ଡର ଦର ୪ ହଜାର ୧୧୯ ଟଙ୍କା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ