ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ ସ୍ଥାନୀୟ ରାଇରଙ୍ଗପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ବିଶିଷ୍ଟ ଆଇନଜୀବୀ ସୁବ୍ରତ ଦାସ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ରିପୋର୍ଟ ପ୍ରକାଶ କରିବା ସହ ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ ।ସଂଘର ସଭାପତି ଅକ୍ଷୟ ମହାନ୍ତି, ସଂପାଦକ ହରିହର ସାହୁ, ଉପସଭାପତି ମାନଗୋବିନ୍ଦ ମହାନ୍ତ, କୋଷାଧ୍ୟକ୍ଷ ଶିଶୁପଦ ମହାନ୍ତ, ଲାଇବ୍ରେରୀ ଇନଚାର୍ଛ ବିନୟ ମହାନ୍ତି,ଯୁଗ୍ମ ସଂପାଦକ ଏବଂ ୧୦ ଜଣ କାର୍ଯ୍ୟକାରିଣୀ ସଭ୍ୟ/ସଭ୍ୟ।ଙ୍କୁ ଶପଥ ପାଠ କରାଇଥିଲେ ।ସଭାପତି ଅକ୍ଷୟ ମହାନ୍ତିଏବଂ ଉପ ସଭାପତି ମାନଗୋବିନ୍ଦ ମହାନ୍ତ ପ୍ରମୁଖ ଓକିଲ ମାନଙ୍କ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା, ରାଇରଙ୍ଗପୁର ର ଉନ୍ନତି ଏବଂ ଓକିଲ ସଂଘର ନୂତନକଳେବର ପାଇଁ ସେ ଚେଷ୍ଟା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।


