ବଡ଼ପଦା ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉଦ୍ଯାପିତ..

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଦୃଢ ଇଚ୍ଚା ଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇପାରେ, ଏ କଥା କୁ ପ୍ରମାଣିତ କରି ଦେଖାଇଦେଇଛନ୍ତି ଜଣେ ଅବସର ପ୍ରାପ୍ତ ହିନ୍ଦି ଶିକ୍ଷକ । ଦୀର୍ଘ ୪୦ବର୍ଷ ଧରି ଗଜପତି ଜିଲ୍ଲା ନୁଆଁଗଡ ବ୍ଲକର ବଡପଦା ହାଇସ୍କୁଲରେ ହିନ୍ଦି ଶିକ୍ଷକତା କରିବା ଅବସର ରେ ଇଚ୍ଛା ଥିଲା ଅଞ୍ଚଳବାସୀଙ୍କ ପାଇଁ ଗୋଟିଏ ରାଧାକୃଷ୍ଣ ମନ୍ଦିର ଗଢିତୋଳିବା । ହେଲେ ସେ ଆଶା ଆଜି ସାକାର ହେବା ପରେ ଅଞ୍ଚଳବାସୀଙ୍କୁ ସମର୍ପୀତ କରିଛନ୍ତି ହିନ୍ଦୀ ସାର୍ । ଏବେ ମହାଆଡମ୍ବରରେ ଶ୍ରୀରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍ଯାପିତ ହୋଇଥିବା ବେଳେ ଉତ୍ସାହିତ ହେଉଛନ୍ତି ଜନସାଧାରଣ । ଗଜପତି ଜିଲ୍ଲା ନୁଆଗଡ ବ୍ଲକର ବଡପଦା ଗ୍ରାମରେ ପ୍ରତିଷ୍ଠା ହୋଇଛି ଶ୍ରୀରାଧାକୃର୍ଷ୍ଣ ଙ୍କ ଭବ୍ୟମନ୍ଦିର । ଝିଲ୍ ମିଲ୍ ଆଲୁଅରେ ଝଲସୁଛି ମନ୍ଦିର ଓ ମନ୍ଦିର ପ୍ରାଙ୍ଗଣ । ମନ୍ଦିର ର ନିଖୁଣ କାରିଗରି ଓ ସୁନ୍ଦର ସାଜସଜା ସାଙ୍ଗକୁ ହୋମ ବେଦ ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ବଡପଦା ଗ୍ରାମ । ମନ୍ଦିର କୁ ଦୁରରୁ ଦେଖିଲେ ଆଖି ଝଲସି ଯାଉଛି । ମନ୍ଦିର ପ୍ରତିଷ୍ଠା ଲାଗି ୭ଦିନ ବିଭିନ୍ନ ପୂଜାର୍ଚ୍ଚନା, ସଂଙ୍କୀର୍ତ୍ତନ ଆଦି ହୋଇଥିବା ବେଳେ ପାରଳାଖେମୁଣ୍ଡିର ସ୍ବାଧ୍ବୀ ଅନୁସୂୟାମାତା (ଅନିତା ମିଶ୍ର)ଙ୍କ ପ୍ରବଚନ ସନ୍ଧ୍ୟା ଏବଂ ସୁମଧୁର ହିନ୍ଦି ଭଜନ, କୌଳାସ ପଟ୍ଟନାୟକଙ୍କ ସଂଗୀତ ଆଦି ଭକ୍ତ ବା ଶ୍ରଦ୍ଧାଳୁଙ୍କୁ ବେସ୍ ଆକର୍ଷିତ କରିଥିଲା । ସୂଚନା ଯୋଗ୍ୟ ଯେ, ନୁଆଗଡ଼ ବ୍ଲକର କୌଣସି ବିଷ୍ଣୁ ମନ୍ଦିର ଟିଏ ନଥିବା ହେତୁ ବୈଷ୍ଣବ ମାନେ ବିଭିନ୍ନ ପର୍ବ ପର୍ବାଣି ହେଉ କିମ୍ବା ବ୍ରତ ଉପବାସ ସମୟରେ ବହୁ ଦୁର ଦୁରାନ୍ତ କୁ ଯାଉଥିଲେ । ହେଲେ ଦେବଶିଳ୍ପୀ ବିଶ୍ବକର୍ମା ଙ୍କ ସଦୃଶ ସ୍ଥାନୀୟ ହାଇସ୍କୁଲର ଅବସର ପ୍ରାପ୍ତ ହିନ୍ଦି ଶିକ୍ଷକ ନୃସିଂହଚରଣ ତ୍ରୀପାଠୀ ନିଜ ଉଦ୍ୟମରେ ଅଞ୍ଚଳବାସୀଙ୍କ ପାଇଁ ଶ୍ରୀରାଧାକୃର୍ଷ୍ଣଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିଛନ୍ତି । ଯାହାକୁ ନେଇ ଉତ୍ସାହିତ ହେଉଛନ୍ତି ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବି | ଆୟୋଜିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଞ୍ଚଦିନ ଧରି ଚାଲିଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ , ସମେତ ଆଖପାଖ ୭୦ରୁ ଉର୍ଦ୍ଦ ଗ୍ରାମବାସୀ ପ୍ରତିଷ୍ଠା ଉତ୍ସବରେ ଲାଗିପଡିଛନ୍ତି । ଶିକ୍ଷକ ଶ୍ରୀନୃସିଂହ ଚରଣ ତ୍ରୀପାଠୀ ୧୯୮୭  ରୁ ୨୦୧୮ ପର୍ଯ୍ୟନ୍ତ ଦୀର୍ଘ ୪୯ବର୍ଷ ଧରି ବଡପଦା ଗ୍ରାମର ହାଇସ୍କୁଲରେ ହୀନ୍ଦି ଭାଷା ରେ ଶିକ୍ଷକତା କରିଆସୁଥିଲେ । ତାଙ୍କ ଚାକିରୀ ଜୀବନରେ ତିନିପୀ଼ଡି ର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ବେଳେ ଧାର୍ମିକ ବିଶ୍ବାସ ଓ ପରୋପକାର କାର୍ଯ୍ୟରେ ବେଶ ଆଗ୍ରହୀ ହୋଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ଓ ନିଜ ପ୍ରଚେଷ୍ଠାରେ ରାଧାକୃର୍ଷ୍ଣ ମନ୍ଦିର ନିର୍ମାଣ ହୋଇପାରିଛି । ମନ୍ଦିର ପ୍ରତିଷ୍ଠା ପାଇଁ ୧୧ ଜଣ ପଣ୍ଡିତ ବୌଦିକ ରିତିନିତିରେ ହୋମ,କୀର୍ତ୍ତନ ସହ ପୁଜା ବିଧି ରେ ନବ ବିଗ୍ରହ ଓ ଶ୍ରୀରାଧାକୃର୍ଷ୍ଣଙ୍କ ବିଗ୍ରହ ସ୍ଥାପନ କରାଯାଇଛି । ଆଗାମୀ ପିଡି ଯେପରି ଧର୍ମ ମାର୍ଗରେ ସତକର୍ମ କରିବେ ତାହା ମୁଳ ଲକ୍ଷ୍ୟ ବୋଲି କହିଛନ୍ତି ମନ୍ଦିର ନିର୍ମାତା ହିନ୍ଦି ଶିକ୍ଷକ ନୃସିଂହ ଚରଣ ତ୍ରୀପାଠୀ । ଅପରପକ୍ଷେ ଶିକ୍ଷକଙ୍କ ଅବଦାନ ସର୍ବଦା ଅତୁଳନୀୟ ବୋଲି ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସୀନ୍ଦା |ପେଷାରେ ଜଣେ ଶିକ୍ଷକ ଏବଂ ନିଶା ଧର୍ମ ଜାଗରଣ ଓ ସୁସ୍ଥ ସମାଜ ଗଠନ କରୁଥିବା ଅବସର ପ୍ରାପ୍ତ ହିନ୍ଦି ଶିକ୍ଷକ ଙ୍କ ନିଆରା କାର୍ଯ୍ୟକୁ ପ୍ରେରଣାଦାୟୀ ଆଦର୍ଶ ରୁପେ ଆପଣେଇଛନ୍ତି ଅଞ୍ଚଳବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ