ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା) :ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନର ‘ବନ୍ଦେ ମାତରମ’ ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ହୋଟେଲ ହରି ପ୍ଲାଜା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ତଥା ଶିଳ୍ପେଦ୍ୟାଗୀ ସଂଗ୍ରାମ ଦାସ ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକ୍ରମରେ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱରର ନବ ନିର୍ବାଚିତ ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ସଦର ବିଧାୟକ ସ୍ୱରୂପ କୁମାର ଦାସ, ନବ ନିର୍ବାଚିତ ପୌରଧ୍ୟକ୍ଷା ସବିତା ସାହୁଙ୍କ ସମେତ ଜିଲା ପରିଷଦ ସଦସ୍ୟ ଜୟରାମ ଦାସ ଓ କୁରୁଡା ସରପଞ୍ଚ ତାପସ ପାଣିଗାହୀଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ଶ୍ରୀମାନ ଶ୍ରୀଚନ୍ଦନ ଏଥିରେ ମଞ୍ଚ ପରିଚାଳନା କରିଥିଲେ । ସମ୍ବର୍ଦ୍ଧିତ ହେବା ଅବସରରେ ଜିଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସଂଗଠନର ସଦସ୍ୟମାନଙ୍କ ଉଚ୍ଚ ବିଚାରକୁ ଉଚ୍ଚ ପ୍ରଶଂସା କରିବା ସହିତ ଆଗାମୀ ଦିନରେ କୌଣସି ପ୍ରକାର ସହଯୋଗ ପ୍ରଦାନ ପାଇଁ ସେ ପ୍ରସ୍ତୁତ ରହିଥିବା କହିଥିଲେ । ସେହିପରି କୋଭିଡ ସମୟରେ ଅସହାୟ ଓ ଅବହେଳିତଙ୍କ ପ୍ରତି ବନ୍ଦେ ମାତରମ ଟିମର ନିରନ୍ତର ସହାୟତା ଅନ୍ୟମାନଙ୍କ ପ୍ରେରଣା ଥିଲା ବୋଲି ସଦର ବିଧାୟକ ଶ୍ରୀ ଦାସ ମତ ଦେଇଥିଲେ । ଅନୁରୂପ ଭାବେ ପୌରଧ୍ୟକ୍ଷା ଶ୍ରୀମତୀ ସାହୁ ସମାଜସେବା କ୍ଷେତ୍ରରେ ସଂଗଠନକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ । ସଂଗଠନର ବରିଷ୍ଠ ସଦସ୍ୟ ବୋଦନୱାଲା, ସୁଜୟ କୁମାର ଆଚାର୍ଯ୍ୟ ଓ ଅସିତ ଦାସ ପ୍ରମୁଖ ଏଥିରେ ମଞ୍ଚାସୀନ ଥିଲେ । ସଦସ୍ୟା ଜୟଶ୍ରୀ ବିଶ୍ୱାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।