ବିଜେପି ଯୁବମୋର୍ଚ୍ଚା ତରଫରୁ ସାଂଗଠନିକ ବୈଠକ
ବାଲେଶ୍ବର(ସରୋଜ ପଣ୍ଡା): ଆଜି ବାଲେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ସାଂଗଠନିକ ବୈଠକ ଏବଂ ସମ୍ବର୍ଦ୍ଧନା ସଭା ସଭାପତି ଶ୍ରୀ ନାରାୟଣ ମହନ୍ତଙ୍କ ନେତୃତ୍ୱ ଏବଂ ବାଲେଶ୍ଵର ଜିଲ୍ଲାର ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରାଙ୍କ ମାର୍ଗ ଦର୍ଶନରେ ସଫଳତାର ସହିତ ଆତିଥ୍ୟ ଭବନ ସମ୍ମୀଳନୀ କକ୍ଷରେ ଆୟୋଜିତ ହୋଇଅଛି। ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ , ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତୀ ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସୁଷମା ରାଣୀ ବିଶ୍ୱାଳ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ସମ୍ପାଦକ ତଥା ପୂର୍ବତନ ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ଵର ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ମାନସ କୁମାର ସାହୁ , ରାଜ୍ୟ ସମ୍ପାଦକ ଯୁବ ନେତା ଶଶିକାନ୍ତ ମିଶ୍ର, ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ପର୍ଶୁରାମ ଧଡ଼ା, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଜିଲ୍ଲା ଯୁବମୋର୍ଚ୍ଚାର ସମସ୍ତ ପଦାଧିକାରୀ ଏବଂ ୩୩ ମଣ୍ଡଳ ସଭାପତି ଓ ମଣ୍ଡଳ ପଦାଧିକାରୀଙ୍କୁ କ୍ରମାନ୍ୱୟରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରିଥିଲେ। ମଞ୍ଚାସିନ ବକ୍ତାମାନେ ତାଙ୍କ ବ୍ୟକ୍ତବ୍ଯରେ ଜିଲ୍ଲାର ଯୁବକ ମାନଙ୍କୁ ସଂଗଠିତ କରି ରାଷ୍ଟ୍ର ନିମନ୍ତେ ତ୍ୟାଗ ତର୍ପଣ ବଳିଦାନ ସହିତ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଆଗାମୀ ଦିନରେ ହେବାକୁଥିବା ପଞ୍ଚାୟତ ଓ ମୁନିସିପାଲିଟି ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାର ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଦ୍ଵାରା ସେବା ପହଞ୍ଚାଇବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଛନ୍ତି, ଗତ ୧୬ ତାରିଖ ବାଲେଶ୍ୱରର ଯୁବମୋର୍ଚ୍ଚାର ଯୁବକ ମାନେ ଯେଉଁଭଳି ପୁରୀ ବଡଦାଣ୍ଡରେ ରଥଯାତ୍ରା ସେବା ଯୋଗାଇ ଆସିଥିଲେ ତାହା ମଧ୍ୟ ବାଲେଶ୍ଵର ବାସୀଙ୍କୁ ଗୌରବାନ୍ୱିତ କରିଛି ବୋଲି କହିଥିଲେ। ଜିଲ୍ଲାର ସମସ୍ତ ପଦାଧିକାରୀଙ୍କ ସମେତ ଅନ୍ୟ ଉତ୍ସାହୀ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।


