ଆଜି ବିଜେପି ପାଳୁଛି ୪୨ ତମ ପ୍ରତିଷ୍ଠା ଦିବସ 

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :-ଆଜି ବିଜେପିର ୪୨ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର କର୍ମକତାଙ୍କୁ ସମ୍ବୋଧିତ କରିଛନ୍ତି । ବିଜେପିର ପ୍ରତ୍ୟେକ ବଂଶବାଦୀ ରାଜନୀତି ବିରୁଦ୍ଧରେ ସ୍ୱର ଉଠାଇବାରେ ବିଜେପି ହେଉଛି ପ୍ରଥମ ପାର୍ଟି । ପ୍ରତିଷ୍ଠା ଦିସବରେ ମୋଦୀ ରାଷ୍ଟ୍ରବାଦକୁ ଗୁରୁତ୍ୱ ଦେଇଥିବା ପରିବାରବାଦକୁ ବିରୋଧ କରିଛନ୍ତି ।ସେହିପରି ରାଷ୍ଟ୍ରୀୟ ଦୃଷ୍ଟିକୋଣରୁ ବିଜେପିର ଦାୟିତ୍ୱ ବଢିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । କରୋନା କାଳରେ ବଡ ଲକ୍ଷ୍ୟ ହାସଲ କରିଛି ଦେଶ । ସଂଙ୍କଟ ବେଳେ ଲୋକଙ୍କୁ ଦିଆଯାଇଛି ମାଗଣା ଖାଦ୍ୟ । ସେପଟେ, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ୪୨ ତମ ପ୍ରତିଷ୍ଠା ଦିବସ । ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ ଗାନ କରିଥିଲେ । ଏଥିରେ ବରିଷ୍ଠ ବିଜେପି ନେତାଙ୍କ ସହ ଦଳୀୟ କର୍ମକତା ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ରାଜ୍ୟର ଜନ ସାଧାରଣଙ୍କ ନିକଟରେ ପହଂଚାଯିବା ସହ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନିଆଯାଇଛ ବୋଲି କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ସେହିପରି ଆଗାମୀ ୨୦୨୪ ପାଇଁ ରାଜ୍ୟ ବିଜେପି ରୋଡ ମ୍ୟାପ ପ୍ରସ୍ତୁତ କରୁଛି । ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ ଓଡିଶା ଆସିଲେ, ଏ ବିଷୟରେ ଆଲୋଚନା ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ