୪୨ ତମ ବିଜେପି ପ୍ରତିଷ୍ଠା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :ବିଜେପି ସଦର ଶାଖା ପକ୍ଷରୁ ଭାରତୀୟ ଜନତା ପାର୍ଟିର ୪୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ବୁଧବାର ପାଳିତ ହୋଇଯାଇଛି । ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା । ବିଜେପି ନେତା ରବିନାରାୟଣ ମହାପାତ୍ର କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ଦତ୍ତ ସମସ୍ତଙ୍କୁ ଶଭେଚ୍ଛା ଜଣାଇବା ସହ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ ସ୍ଥିତିରେ ପହଞ୍ଚାଇଥିବା ସମସ୍ତ ଦିବଂଗତ ନେତୃତ୍ୱ ତଥା ଜନନାୟକଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅନ୍ୟପକ୍ଷରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଦେଶର କୋଟି କୋଟି ଶୃଙ୍ଖଳିତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ବିଜେପି ଏକ ବିଶାଳ ପରିବାର ହୋଇପାରିଛି ବୋଲି ଦଳୀୟ ନେତାମାନେ ଏହି ପ୍ରତିଷ୍ଠା ଉତ୍ସବରେ ମତ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସଂକଳ୍ପିତ ନୂଆ ଭାରତ ଗଠନ ଦିଗରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ମୂଳମନ୍ତ୍ରକୁ ସର୍ବବ୍ୟାପୀ କରିବା ପାଇଁ ଏହି ଅବସରରେ ସମସ୍ତେ ସଂକଳ୍ପ ନେଇଥିଲେ । ଏଥି ସହିତ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ସମ୍ମାନିତ କରିବା ସହିତ ନବ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ଓ ପୌର ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରତିଷ୍ଠା ଦିବସ ଅବସରରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନକୁ ସମସ୍ତ କାର୍ଯ୍ୟକର୍ତ୍ତା ଶୁଣିଥିଲେ । ପରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁ ଘାତରୁ ପଥଚାରୀଙ୍କୁ ତ୍ରାହି ଦେବା ପାଇଁ ଜେଲ ରୋଡ ଠାରେ ଏକ ଜଳଛତ୍ର ସାଧାରଣ ଲୋକଙ୍କ ଉଦ୍ଦିଷ୍ଟରେ ଉନ୍ମୋଚନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଲୋକନାଥ ଭୂୟାଁ, ସୀତାକାନ୍ତ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସୁଜିତ ଦେବ, ମିହିର ବାରିକ, ବିଳାସିନୀ ମହାନ୍ତି, ବୈଲୋଚନ ଦାଶ, ସତ୍ୟଜିତ ମିଶ୍ର, ବିଜୟ ପାଣିଗ୍ରାହୀ, ସୁଷମା ବିଶ୍ୱାଳ କାଉନସିଲର ରୋଜାଲିନ ପାଣି, ସତ୍ୟଶିବ ସୁନ୍ଦର ଦାଶ, ପ୍ରତିମା ବେହେରା, ନିତ୍ୟଗୋପାଲ ସିଂ, ନିରୁପମା ଦାଶ, ସସ୍ମିତା ନାଥ, ଗୌରୀ ଦାଶ, ଭାରତୀ ପାତ୍ର, ସୁଚିସ୍ମିତା ପଣ୍ଡା, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ସୁଶାନ୍ତ ବର୍ଦ୍ଧନ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ସଚିନ ପାଞ୍ଜା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରନ୍ଧନ ଗ୍ୟାସ ପାଇଁ ଆଇସିଡିଏସ ପକ୍ଷରୁ ଅର୍ଥ ଆଦାୟକୁ ବିରୋଧ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ