ଆନ୍ଦୋଳନକୁ ଓହ୍ଲାଇବ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି ସଂଘ

ବାଲେଶ୍ୱର, (ସରୋଜ ପଣ୍ଡା) :ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ବାଲେଶ୍ୱର ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲା ପ୍ରତିଭା ପାଲଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ଜିଲା ସମ୍ପାଦକ ଲକ୍ଷ୍ମ୍ରୀିୟା ଦାସ ବିବରଣୀ ଉପସ୍ଥାନ କରିଥିଲେ ।ଏଆଇଟିୟୁସି ଜାତୀୟ ସାଧାରଣ ପରିଷଦ ସଦସ୍ୟ ଜୟନ୍ତ ଦାସ ଏଥିରେ ଯୋଗ ଦେଇ ସାମ୍ପ୍ରତିକ ସ୍ଥିତିରେ ସ୍କିମ ୱାର୍କରମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସାମାଧାନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉତସୀନତା ତଥା ନାକାରାତ୍ମକ ଦୃଷ୍ଟିଭଙ୍ଗୀକୁ ସମାଲୋଚନା କରିଥିଲେ । ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ ପ୍ରସ୍ତୁତି ପାଇଁ ସରକାର ରନ୍ଧନ ଗ୍ୟାସ ସାଙ୍ଗକୁ ଦୁଇଟି ଚୁଲା ଓ ଗ୍ୟାସ ଫିଲିଙ୍ଗ ପାଇଁ ଗତ ୨୦୨୧ ମସିହା ଜାନୁଆରୀ ୨୭ତାରିଖ ଚିଠି ନଂ୩୧୦ରେ ସରକାରୀ ନିର୍ଦ୍ଦେଶନାମା ଦିଆଯାଇଥିଲା । ଏନେଇ ଅଙ୍ଗନବାଡ଼ି କେନ୍ଦ୍ର ପିଛା ୭ହଜାର ୫ଶହ ଓ ୨ହଜାର ୫ଶହ ଟଙ୍କା କର୍ମୀଙ୍କ ଜମାଖାତାକୁ ପଠାଯିବା କଥା । ମାତ୍ର ଆଇସିଡିଏସ ପ୍ରକଳ୍ପ କର୍ତ୍ତୃପକ୍ଷ ଅଦ୍ୟାବଧି ଏହି ଅର୍ଥ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ଦାସ କହିଛନ୍ତି । ଗତ ୨୮ମାର୍ଚ୍ଚରୁ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇ ଜାଳେଣି କାଠରେ ରନ୍ଧା ଗରମ ଖାଦ୍ୟ ଶିଶୁଙ୍କୁ ଦିଆଯାୁଛି । ଅନ୍ୟପକ୍ଷରେ ମଞ୍ଜୁର ଅର୍ଥରୁ ପ୍ରତ୍ୟେକ କର୍ମୀ ୨ହଜାର ୫ଶହ ଟଙ୍କା ଉଠାଇ ପ୍ରଦାନ ପାଇଁ ଅଘୋଷିତ ଚକ୍ତି କଲେ ସେମାନଙ୍କ ଜମାଖାତାକୁ ଅର୍ଥ ଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିବା ପ୍ରସଙ୍ଗକୁ ନେଇ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଏନେଇ ଆସନ୍ତା ଏପ୍ରିଲ୧୩ତାରିଖରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନିଷ୍ପ୍‍ତ୍ତି ନିଆଯାଇଥିଲା । ଏଥି ସହିତ ଜିଲା ସମ୍ମିଳନୀ ଓ ସଂଘର ରାଜ୍ୟସ୍ତରୀୟ ରୌପ୍ୟ ଜୟନ୍ତୀ ଆୟୋଜନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନମିତା ଶତପଥୀ,ଅଞ୍ଜଳି ୍ରଧାନ,ନିର୍ବାସିନୀ ପ୍ରଧାନ, ଶାନ୍ତି ଲତା ମାଝୀ, ଫୁଲ ସୋରେନ,ପ୍ରତିଭା ନାୟକ, ଭାରତୀ ନାୟକ, ରୀନା ରାଣୀ ଜେନା, ନିଶାମଣି ନାୟକ, ଜୟନ୍ତୀ ସାହୁ, ସଂଯୁକ୍ତା ଦାସ, ତାପସୀ ରାଣୀ ଅଗସ୍ତି,ପୂର୍ଣ୍ଣିମା ଦେ, ସୁମିତ୍ରା ମଲ୍ଲିକ,ଅନୁପମା ଗିରି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ