୫ ଜଣ ଦଳୀୟ ବିଶୃଙ୍ଖଳାକାରୀଙ୍କ ନିଲମ୍ବିତ ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ରାଜ୍ୟ ସଭାପତିଙ୍କ ଖବରଦାତା ସମ୍ମିଳନୀ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ପୂର୍ଣଚନ୍ଦ୍ରଭଵନ ପରିସରରେ ବୁଧବାର ଦିନ ଅପରାହ୍ନରେ ପଶ୍ଚିମ ମୟୂରଭଞ୍ଜ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ର ଗତ ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌରପରିଷଦର ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ ଝାମୁମୋ ଅଧ୍ଯକ୍ଷା ଅଂଜନି ସୋରେନ,ସଚିବ ଇଂ ରାମଚନ୍ଦ୍ର ହାଁସଦା, ସାଂଗଠନିକ ସଂପାଦକ ଦୁବରାଜ ନାଗ, ଉପସଭାପତି ପ୍ରହଲ୍ଲାଦ ପୂର୍ତି,ଶ୍ୟାମ ଚରଣ କିସ୍କୁ,ସାଲୁ କିସ୍କୁଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।ସମୀକ୍ଷା ବୈଠକ ଚାଲିଥିବା ବେଳେ ବିଶୋଇ ବ୍ଲକର ସୁନାରାମ ହେମ୍ବ୍ରମ,ମଙ୍ଗଲ ମୁର୍ମୁ,ସାରସକଣା ବ୍ଲକର ଗୋପାଲ ମୁର୍ମୁ, ସୂର୍ଯ୍ୟ ମୁର୍ମୁ,ବନ୍ଧନ ସିଂ ପ୍ରମୁଖ ଦଳର ନେତୃବୃନ୍ଦଙ୍କୁ ଅସମ୍ମାନିତ,ଗଣ୍ଡଗୋଳ ଓ ବୈଠକରେ ବିଶୃଙ୍ଖଳିତ ଆଚରଣ କରିଥିଲେ ।ଯାହାଫଳରେ ଝାମୁମୋ ସୁପ୍ରିମୋଙ୍କ ସମେତ ବହୁ ନେତୃବୃନ୍ଦ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ ।ଏହି ବିଶୃଙ୍ଖଳିତ ଘଟଣା ଓ ଦଳ ଅନୁଶାସନ ଭଙ୍ଗ କରିଥିବା ଘଟଣାକୁ ନେଇ ଗୁରୁବାର ଦିନ ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନଙ୍କ କୁସୁମି ବ୍ଳକ ଅନ୍ତର୍ଗତ ଭୋଡାଡେଗା ଗ୍ରାମର ନିଜ ବାସଭବନରେ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଦଳର ଆହୂତ ହୋଇଥିଲା । ଏଥିରେ ରାଜ୍ୟ ସଭାନେତ୍ରୀ ପ୍ରେସ ଇସ୍ତାହାରରେ କହିଥିଲେ ଦଳଠାରୁ କେହି ଉର୍ଦ୍ଧ୍ବରେ ନୁହେଁ ।ଦଳର ନୀତି,ନିୟମ, ଅନୁଶାସନ ପ୍ରତି ଯାହାର ସମ୍ମାନ ନାହିଁ ସେମାନେ ତୁରନ୍ତ ଦଳ ଛାଡି ଚାଲି ଯାଆନ୍ତୁ ।ଦଳରେ ବିଶୃଙ୍ଖଳାକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ ।ଗତକାଲିର ଘଟଣାକୁ ନେଇ ଦଳୀୟ ବିଶୃଙ୍ଖଳାକାରୀଙ୍କୁ ୬ବର୍ଷ ପାଇଁ ନିଲମ୍ବିତ କରାଯିବା ସହ ଦଳର ମୟୂରଭଂଜ ଜିଲ୍ଲାର ସମସ୍ତ ଛାମୁଆଁ ସଂଗଠନକୁ ଭଙ୍ଗ କରାଗଲା ବୋଲି କହିଥିଲେ ।ଆସନ୍ତା ୧୫ ଦିନ ମଧ୍ୟରେ ନୂତନ କମିଟି ଗଠନ କରାଯିବ ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ଶ୍ଯାମ ଚରଣ କିସ୍କୁ ,ଅମିତ ଶର୍ମା, ସାଂଗଠନିକ ସଂପାଦକ ଦୁବରାଜ ନାଗ,ସାଲୁ କିସ୍କୁ , କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାରଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।


