ପୌରପରିଷଦର ପୌର ଉପାଧ୍ୟକ୍ଷା ଭାବେ ବିଜେଡ଼ିର ମମିତା ଚୌଧୁରୀ ନିର୍ଦ୍ଵନ୍ଦରେ ନିର୍ବାଚିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରପରିଷଦର ଉପାଧ୍ୟକ୍ଷା ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ମ୍ୟୁନିସିପାଲିଟି ୧୫ଟି ଓ୍ବାର୍ଡକୁ ନେଇ ଗଠିତ । ଚଳିତବର୍ଷ ପୌର ନିର୍ବାଚନରେ ବିଜେଡିର ଅଭିଷେକ ପଟ୍ଟନାୟକ ଅଧ୍ୟକ୍ଷ ପଦ ଅଳଂକୃତ କରିଛନ୍ତି ।୧୫ଟି କାଉନସିଲରୁ ବିଜେଡ଼ି ୧୧ଟି ଦଖଲ କରିଥିଲା । ଆଜିର ଉପାଧ୍ୟକ୍ଷା ନିର୍ବାଚନରେ ବିଜେଡ଼ିର ୧୧ଜଣ କାଉନସିଲର ଉପସ୍ଥିତ ଥିବାବେଳେ ବିଜେପିର କାଉନସିଲରମାନେ ଅନୁପସ୍ଥିତ ଥିଲେ । ବିଜେଡ଼ି ତରଫରୁ ମୟୂରଭଂଜ ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା ଦଳ ତରଫରୁ ଆଣିଥିବା ଲଫାପା ଦଳୀୟ କର୍ମୀଙ୍କୁ ଦେଖାଇଥିଲେ । ସେଥିରେ ୧୫ନମ୍ବର ଓ୍ବାର୍ଡର ମମିତା ଚୌଧୁରୀଙ୍କ ନାମରେ ମୁଖ୍ୟମନ୍ତ୍ରୀ ମୋହର ମାରିଥିଲେ ।ଦଳର ସମସ୍ତ କର୍ମି ତାଙ୍କୁ ସମର୍ଥନ କରିଥିଲେ ।ମମିତା ଚୌଧୁରୀ ପୂର୍ବରୁ ଦୁଇଥର କାଉନସିଲର ପଦ ଅଳଂକୃତ କରିଥିଲେ । ସେ ଜଣେ ଦକ୍ଷ ନାରୀନେତ୍ରୀ,ମେଳାପୀ, ଧର୍ମପରାୟଣ, ମିଷ୍ଟଭାଷୀ ଓ କର୍ମଠ ମହିଳା । ରାଇରଙ୍ଗପୁର ପୌରାଞ୍ଚଳର ସର୍ବାଙ୍ଗିନ ବିକାଶ,ସବୁଜ ସୁନ୍ଦର ସହର ପାଇଁ ଚେଷ୍ଟା କରିବେ ବୋଲି ଗଣମାଧ୍ୟମକୁ କହିଥିଲେ ।ଏହି କାର‌୍ୟ୍ୟକ୍ରମରେ ତାଙ୍କ ସହିତ ମୋରଡ଼ା ବିଧାୟକ ତଥା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ରାଜ କିଶୋର ଦାସ,ନାରୀ ନେତ୍ରୀ ପ୍ରିତିନନ୍ଦା କାନୁନଗୋ,ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୟୂରଭଞ୍ଜ ସଦର ବିଜେଡ଼ି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ପାର୍ଥ ସାରଥୀ କବି,ମନୁ ଚୌଧୁରୀ, ରତିକାନ୍ତ ପରୀକ୍ଷା,ମୟୂରଭଂଜ ସଦର ବିଜେଡ଼ି ମହିଳା ନେତ୍ରୀ ତନୁଜା ମହାନ୍ତ, ପ୍ରଭାତ ପଟ୍ଟନାୟକ,ଜୀମୂତକାନ୍ତ କବି, ପଙ୍କଜ ଦାସ,ସ୍ବରୂପ ବେହେରା, ସୁବାଷ ମଣ୍ଡଳ,ଜୀତୁ ସାହୁ,ଡୁମୁକା ହେମ୍ବ୍ରମ,ବିଶୁ ବେଶ୍ୟା,ମାଝି ଆରାମ ମାଝୀ, ଗୌରୀ ଦତ୍ତ,ରାଜ୍ୟ ଯୁବ ବିଜେଡ଼ି ଯୁଗ୍ମ ସଂପାଦକ ଗଣେଶ ମିଶ୍ର, ରାଜ୍ୟ ଛାତ୍ର ସଂପାଦକ ବିକାଶ ମହାନ୍ତ,ମୟୂର ସଦର ଯୁବ ବିଜେଡ଼ି ସଂପାଦକ ଆହ୍ବାନ ପଟ୍ଟନାୟକ, କ୍ରିଷ୍ଣା ଶର୍ମା ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।ସମସ୍ତେ ନବନିର୍ବାଚିତ ଅଧ୍ୟକ୍ଷ,ଉପାଧ୍ୟକ୍ଷା, କାଉନସିଲର ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପରେ ସମସ୍ତ ଦଳୀୟ ନେତୃବୃନ୍ଦ ଏକ ଶୋଭାଯାତ୍ରାରେ ଯାଇ ଦୁର୍ଗା ମଣ୍ଡପ ଛକରେ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ