ହରିଆପଲ୍ଲୀ ଗ୍ରାମ ଠାରେ ଟିବି ହାରିବ ଦେଶ ଜିତିବ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ପଂଚାୟତର ହରିଆପଲ୍ଲୀ ଗ୍ରାମ ଠାରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଚମାଖଣ୍ଡି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଟିବି ମୁକ୍ତ ଭାରତ କରିବା ଉଦ୍ଦେଶ୍ୟରେ ଏକ ଟିବି ହାରିବ ଦେଶ ଜିତିବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି କହିବା ସହ ଟିବି ଆକ୍ରାନ୍ତ ବ୍ୟକ୍ତି ମାନେ ୬ ମାସ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଔଷଧ ସେବନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ହରିଆପଲ୍ଲୀ ଗ୍ରାମରେ ଏକ ସଚେତନତା ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେକ୍ଟର ସୁପରଭାଇଜର କୃଷ୍ଣ ଚନ୍ଦ୍ର ଜେନା, ମହିଳା ସ୍ୱାସ୍ଥ୍ୟ କର୍ମୀ ଲକ୍ଷ୍ମୀ ପ୍ରଧାନଙ୍କ ସମେତ ଗ୍ରାମର ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କିରଣ କୁମାର ପଣ୍ଡା ପରିଚାଳନା କରିଥିଲେ ।


