କାଳ ବୈଶାଖୀ ବଜ୍ରପାତରେ ଦୁଇ ମହିଳା ଗୁରୁତର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଦିନରେ ପ୍ରବଳ ଛାତିକୁ ଅପରାହ୍ନରେ କାଳବୈଶାଖୀ ଝଡ଼, ଘଡଘଡି ଓ ବିଜୁଳି । ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଯୋଗୁଁ ଘଡଘଡି,ବିଜୁଳି ରେ ଦୁଇ ମହିଳା ଗୁରୁତର ହେବା ସହ ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ ହୋଇଥିଲା । ସୂଚନାଯୋଗ୍ୟ ଯେ ବଜ୍ରପାତ ଯୋଗୁଁ କୁସୁମିତ ବ୍ଲକର ଗୁଟୁଗାବାଦୀ ପଞ୍ଚାୟତର ନାହିଁ ଗ୍ରାମର‌ ଭାମା ସାହୁ ଘର ବାହାରେ ରୋଷେଇ ଜାଳ ଏକାଠି କରୁଥିବାବେଳେ ବିଜୁଳି ଚଡକରେ ଆହତ ହୋଇଥିଲେ । ତାଙ୍କୁ ସଂଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଭଳି ବହଳଦା ବ୍ଲକର ଅସନା ପଞ୍ଚାୟତର ଭିତର ଆମଦା ଗ୍ରାମର ଯୁବତୀ ଲକ୍ଷ୍ମୀ କିସ୍କୁ ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ବିଜୁଳି ଚଡକରେ ଗୁରୁତର ହୋଇଥିଲେ । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ