ପ୍ରବେଶିକା ପରୀକ୍ଷା ମେରିଟ୍ ଲିଷ୍ଟ୍‌ରେ ଆର୍‌.ଏମ୍‌.ଦେବସ୍ମିତା ପ୍ରଥମ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୭ମ ଶ୍ରେଣୀରେ ନାମାଲେଖା ପାଇଁ ୧୧୪ ଜଣ ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ । ଏହା ମଧ୍ୟରେ ପ୍ରୋଭିଜ୍‌ନାଲ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ସେଥିମଧ୍ୟରୁ ଆର୍‌.ଏମ୍‌. ଦେବସ୍ମିତା ବିଶ୍ୱାଳ ସର୍ବାଧିକ ୮୦ ନମ୍ବର ରଖି ପ୍ରଥମ, ଆଦ୍ୟାପ୍ତି ସାମଲ ୭୮ ନମ୍ବର ରଖି ୨ୟ ସ୍ଥାନ ଏବଂ ଜନ୍ମେଞ୍ଜୟ ସାହୁ ୭୩ ନମ୍ବର ରଖି ୩ୟ ସ୍ଥାନରେ ରହିଛନ୍ତି । ଆର.ଏମ୍‌. ଦେବସ୍ମିତା ବିଶ୍ୱାଳ ପଡିଆପଡା ଗ୍ରାମର ମାନସ କୁମାର ବିଶ୍ୱାଳ ଓ ରଞ୍ଜିତା ବିଶ୍ୱାଳଙ୍କ କନ୍ୟା ହୋଇଥିବା ବେଳେ ଆଦ୍ୟାପ୍ତି ସାମଲ ସେଣ୍ଢତୀରା ପଞ୍ଚାୟତ ରାଧାନଗର ଗ୍ରାମର ଜୟନ୍ତ କୁମାର ସାମଲ ଓ ଶଶୀଲତା ଭୂୟାଁଙ୍କ କନ୍ୟା ଅଟନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ