ପୋଲସରା ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏପ୍ରିଲ ୦୮ ତାରିଖ ଦିନ ସମିତି ସଭା ଗୃହରେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ବିଧାୟକ ଶ୍ରୀ ସାହୁଙ୍କ ସମେତ ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ବ୍ଲକ ସହକାରୀ ଯନ୍ତ୍ରୀ, ଜିଲ୍ଲା ପରିଷଦ ମେମ୍ବର, ସରପଞ୍ଚ, ସମିତି ମେମ୍ବର ପ୍ରମୂଖ ଯୋଗଦେଇଥିଲେ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ହୋଇଥିବା ବେଳେ ବିଭିନ୍ନ ଲୋକପ୍ରତିନିଧିଙ୍କ ସେମାନଙ୍କ ଅଞ୍ଚଳ ପାଇଁ କିଛି ଦାବି ଉପସ୍ଥାପନ କରିଥିଲେ। ବ୍ଲକ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ