ଆଷ୍ଟ୍ରୋହବ ଜ୍ୟୋତିଷ ଗବେଷଣା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ସହରର କୋର୍ଟ ଷ୍ଟେସନ ସାହି ସ୍ଥିତ ଆଷ୍ଟ୍ରୋହବ ଜ୍ୟୋତିଷ ଗବେଷଣା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ଭେଙ୍କଟ ମହାଲକ୍ଷ୍ମୀ କୋଠଘର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। କେପି ଜ୍ୟୋତିଷ  ଶାସ୍ତ୍ରଜ୍ଞ ଦୀପକ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଆଇନ ପରାମର୍ଶଦାତା ବି ଶ୍ରୀନିବାସ, ଛତ୍ରପୁର ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ମହାରଣା, ବିଜେଡିର ନଗର ସଭାପତି ବି ରାଜିବାବୁ, ସରସ୍ଵତୀ ଶିଶୁମନ୍ଦିରର ଅଧ୍ୟକ୍ଷ ରବିନ୍ଦ୍ରନାଥ ଦାସ, ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ରେଖା ମହାନ୍ତି, ଶିଶୁ ସାହିତ୍ୟିକ ଭାନୁହଂସ ପଣ୍ଡା ଓ ଛତ୍ରପୁର ଠାକୁରାଣୀ ଯାତ୍ରାର ପରିଚାଳକ କେ ଚନ୍ଦ୍ର ଶେଖର ରେଡ୍ଡୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କେନ୍ଦ୍ରର ଉତ୍ତୋରତର ଉନ୍ନତି କାମନା କରିଥିଲେ। ବିଜେଡିର ନଗର ଉପ ସଭାପତି ଅଟଳ ବିହାରୀ ପଟ୍ଟନାୟକ ଓ ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀର ନିର୍ଦେଶକ ପୂର୍ଣ୍ଣଞ୍ଜୟ ଜେନା, ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିଚାଳକ କାଳିଆ ବେହେରା ଉତ୍ସବ ପରିଚାଳନା କରିଥିଲେ।ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ  କିଛି ସମାଜସେବୀ ଓ ସାମ୍ବାଦିକଙ୍କୁ ସମ୍ମାନୀତ କରାଯାଇଥିବା ବେଳେ  ତୁଷାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ