ମଣିଷ ବଦଳରେ ମେସିନ୍ କରୁଛି ମନରେଗା କାର୍ଯ୍ୟ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ) :ସରକାରଙ୍କ ମନରେଗା ଯୋଜନା ଏବେ ପ୍ରହସନରେ ପରିଣତ ହେଲାଣି । ଏହି ଯୋଜନା ଏବେ ନିଜ ଲକ୍ଷ୍ୟ ଠାରୁ ଅନେକ ଦୂରରେ । ମନରେଗା ଯୋଜନା ଗ୍ରାମରେ ଥିବା ଗରିବ ଖଟିଖିଆ ଶ୍ରମିକ ମାନଙ୍କ ପେଟକୁ ଦାନା ଯୋଗାଇବା ଉଦ୍ଦେଶ୍ୟରେ କରାଯାଇଥିବା ବେଳେ ଯୋଜନା ଏବେ ଓଲଟା ହେଉଥିବା ଦେଖିବାକୁ ମିଳୁଛି । ଏହି ଯୋଜନାରେ ମଣିଷ ନୁହେଁ ଏବେ ମେସିନ କରୁଛି କାମ! ଏହା ପୁଣି ଦିନ ଦି ପ୍ରହରରେ ।ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ବମକ ଗାଁ ରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଚାଲିଥିବା ମନରେଗା କାମ ମେସିନ୍‌ ସାହାଯ୍ୟରେ ହେଉଥିବା ଦେଖିବାକୁ ମିଳିଛି । ଏଠାରେ ଦିନ ଦ୍ବିପହରରେ ମେସିନ୍ ସାହାଯ୍ୟରେ ଚାଲିଛି ମନରେଗା କାର୍ଯ୍ୟ । କରୋନା ପରେ ଦାଦନ ଶ୍ରମିକ ଖଟିଖିଆ ଦିନ ମଜୁରିଆ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ସରକାର ଫେରାଇ ଆଣିଥିବା ବେଳେ ସେମାନଙ୍କୁ କାମ ଦେବା ସରକାରଙ୍କ ପକ୍ଷରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତଥାପି ସରକାର ମନରେଗା ଯୋଗେ ସେଇ ଲୋକମାନଙ୍କୁ କାମ ଦେବା ନିମନ୍ତେ ବିଭିନ୍ନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ସ୍ଥିତି ଓଲଟା ଦେଖିବାକୁ ମିଳିଛି । ଧର୍ମକୁ ଆଖୁଠାର ଭଳି ମେସିନ ଯୋଗେ ଚାଲିଛି ମନରେଗା କାମ । ଏନେଇ ପ୍ରଶାସନ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି । ତେବେ ଏଠାରେ ପ୍ରଶ୍ନ ଉଠେ , ସରକାରଙ୍କ ନିୟମ ଯୋଜନା ସବୁ କାହା ଲାଗି ଉଦ୍ଦିଷ୍ଟ? ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସମସ୍ତ ଗରିବ ଖଟିଖିଆ ଲୋକମାନଙ୍କ ପାଇଁ ଜବକାର୍ଡ ମାଧ୍ୟମରେ ଲୋକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର କାମ ଯୋଗାଉଛନ୍ତି । କିନ୍ତୁ ଦୁଃଖର ବିଷୟ କିଛି ଠିକାଦାର, ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନେ ଧର୍ମ କୁ ଆଖିଠାର ମାରି ମେସିନ୍ ସାହାଯ୍ୟରେ କାମ କରିବା ସହ ଜବକାଡ଼ ସଂଗ୍ରହ କରି ଅର୍ଥ ଆତ୍ମସାତ କରୁଥିବା ଦେଖିବାକୁ ମିଳିଛି। ଏଥିପ୍ରତି ଦାୟୀତ୍ବରେ ଥିବା କୌଣସି ଅଫିସରମାନେ ଦୃଷ୍ଟି ଦେଉନାହାନ୍ତି । ଲୋକଙ୍କୁ ନ ଜଣାଇ ଦିବା ଦ୍ୱିପ୍ରହରେ ଓ ରାତି ଅଧରେ ମେସିନ ମାଧ୍ୟମରେ ଏହି କାମ କରାଯାଉଥିବା ଦେଖିବାକୁ ମିଳିଛି ଯାହା ଆଶ୍ଚର୍ୟ୍ଯ ଜନକ । ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରିନଥିବା ହେତୁ ଜନ ସାଧାରଣ ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ