ଅଜଣା ରୋଗରେ କାଜୁ ଫସଲ ନଷ୍ଟ : ଆଦିବାସୀ ମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ଦାବୀ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଅଜଣା ରୋଗରେ କାଜୁ ଫସଲ ନଷ୍ଟ ହୋଇଥିବାରୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ ଦାବୀ ନେଇ ବେଗୁନିଆପଡା ବ୍ଲକର ମିତ ଆଦିବାସୀ ସଂଗଠନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଢଭା ବଣିଆ, ନୁଆସାହି, ବାଇଦିପଡା, ଧୋବାଝଳା, ଡି.ନୂଆସାହି, ରାଇପଡା, ମାରଣ୍ଡା, ଗାମଣ୍ଡା, ଜାନିବିଲି , କରଣ୍ଡାଗଡ, ତେଲିମାଳ, ବାକିମାଳ ଅଂଚଳର ଆଦିବାସୀ ମାନେ ଜଙ୍ଗଲ ଜମିରେ କାଜୁ ଗଛ ଲଗାଇ କାଜୁ ଫଳ ଆଦାୟ କରି ନିଜ ପରିବାର ପତିପୋଷଣ କରୁଥିଲେ । ମାତ୍ର ଦୁଇବର୍ଷ ହେଲା ସେହି କାଜୁ ଗଛ ଅଜଣା ଗୁଡିକ ରୋଗ ପୋକ ଲାଗି ବଉଳ ପୋଡି ନଷ୍ଟ ହେବା ସହ ଗଛ ଗୁଡିକ ମରି ଯାଇଛି । ଫଳରେ ସେମାନେ ସେମାନଙ୍କ ମୁଖ୍ୟ ଜିବିକା ହରାଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀ ମାନେ ସେମାନଙ୍କ ଦୁଃଖ ବୁଝିବା ତ ଦୂରର କଥା ଉକ୍ତ ଅଂଚଳ କୁ ଥରେ ବି ଦେଖିବାକୁ ଆସିନାହାଁନ୍ତି । ଯାହାଫଳରେ ଅଧିକାଂଶ ଆଦିବାସୀ ପରିବାର ସେମାନଙ୍କ ପରିବାର ପତିପୋଷଣ କରିବା ନିମନ୍ତେ ଅନ୍ୟ ରାଜ୍ୟକୁ ଦାଦନ ଘଟିବାକୁ ଯିବା ନିମନ୍ତେ ବାଧ୍ୟ ହେଉଛନ୍ତି । ଏଣୁ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ହୋଇଥିବା ଆଦିବାସୀ ମାନଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ମିତ ସଂଗଠନର ରମେଶ ଶବର, ସୁଦାମ ଶବର, ଶାନ୍ତି ଶବର, ନିମ ଶବର, ରୁପାଲି ଶବର, ସୁରେଶ ଶବର ଓ ହରିଆ ଶବର ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ