ସାନଖେମୁଣ୍ଡିରେ ମେରୁ ଯାତ୍ରା ସମ୍ପନ୍ନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଳକ୍ ବିଭିନ୍ନ ଦଣ୍ଡଦଳର ମେରୁ ଯାତ୍ରା ସମ୍ପନ୍ନ ହୋଇଯାଇଛି I ଗତ ମାର୍ଚ୍ଚ ମାସରୁ ୧୮,୧୬,୧୪ ଦିନି ଧରି ଆରମ୍ଭ ହୋଇଥିବା ଏହି ଅଞ୍ଚଳର ଏରେଣ୍ଡ୍ରା ,ପଥରପୁଞ୍ଜି, ପାଳସପୂର୍ ଖାରୀଗୁଡା,ନୂଆଗାଁ,ତିତିଖଣ୍ଡି , ଚୁଡ଼ଙ୍ଗପୁର , ଜୟନଗର , ପାଟପୁର ,ପଦ୍ମପୁର ପ୍ରଭୃତି ଗ୍ରାମରେ ଚଳିତ ବର୍ଷର ମେରୁ ଯାତ୍ରା ସମାପନ ହୋଇଥିବା ଦେଖିବାକୁ ମଳିଛି। ଗଞ୍ଜାମ ଦଣ୍ଡ ଯାତ୍ରାର ଏକ ସ୍ଵତନ୍ତ୍ର ପରିଚୟ ଥିବାବେଳେ କରୋନା ସଂକ୍ରମଣ ଦୃଷ୍ଟିରୁ ଗତ ଦୁଇ ବର୍ଷ ଧରି ଭକ୍ତ ମାନେ ମେରୁ ଯାତ୍ରା ରୁ ବଞ୍ଚିତ ହୋଇଥିଲେ I କିନ୍ତୁ ଚଳିତ ବର୍ଷ ବିନା କଟକଣାରେ ଜିଲ୍ଳା ପ୍ରଶାସନ ତରଫରୁ ଦଣ୍ଡ ଯାତ୍ରା ଏବଂ ମେରୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା I ଯାହା ଫଳରେ ଆଜି ମେରୁ ଅନୁଷ୍ଠିତ ହେଉଥିବା ଗ୍ରାମ ଗୁଡିକରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା l ପରମ୍ପରା ଅନୁଯାୟୀ ଆଜି ଦଣ୍ଡଦଳ ଗୁଡ଼ିକ ନିଜ ନିଜ ଗ୍ରାମକୁ ଫେରିବା ପରେ ଧୂଳିଦଣ୍ଡ , ଠାକୁର ସ୍ନାନ ସମାପ୍ତ କରାଯାଇ ରୁଦ୍ର ଏବଂ କାଳୀଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା I ଏହା ପରେ ଗ୍ରାମ ଗୁଡ଼ିକର ମେରୁ ମଣ୍ଡପରେ ପୂଜାବିଧି ମୁତାବକ ମେରୁ ଯାତ୍ରା ଅନୁଷ୍ଠିତ ହୋଇଥିଲା I ମେରୁ ଯାତ୍ରା ପଡିଆରେ ହୋମ ଯଜ୍ଞ କରାଯିବା ସହ ମେରୁ ଯାତ୍ରା ଅନୁଷ୍ଠିତ ହୋଇଥିଲା l ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ନେତୃତ୍ୱରେ ପୋଡାମାରି ପୋଲିସ୍ ଟିମ୍ ଆଇନ୍ ଶୃଙ୍ଖଳା ପରିସ୍ଥିତି ଜନ ଗହଳି ଉପରେ ନଜର ରଖିଥିଲେ I


