ଅବକାରୀ ବିଭାଗ ଚଢ଼ାଉ ବିପୁଳ ପରିମାଣର ମଦପୋଚ ନଷ୍ଟ ଦୁଇ ଜଣ ଗିରଫ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ପୂର୍ବାହ୍ନରେ ଅବକାରୀ ବିଭାଗ ପକ୍ଷରୁ ପାଟପୁର ଥାନା ଅନ୍ତର୍ଗତ ପୃଥକ ପୃଥକ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରାଯାଇଥିବା ଜଣାପଡିଛି । ଏଥିସହ ୧୮୦ ଲିଟର ହାତରନ୍ଧା ମହୁଲ ମଦ ଜବତ କରାଯାଇଥିବା ବେଳେ ଦୁଇ ଜଣକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଅବକାରୀ ବିଭାଗ ଆଜି ବିଶେଷ ସୁତ୍ରରୁ ଖବରପାଇ ଆଜିି ଦିଗପହଣ୍ଡି ଅବକାରୀ ଉପ ନିରୀକ୍ଷକ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ସାନଖେମୁଣ୍ଡି ବ୍ଲକ ଟି ଗୋବିନ୍ଦପୁର ପଂଚାୟତ ଅନ୍ତର୍ଗତ ଦଶେଇପୁର ନିକଟସ୍ଥ ବୁରେଇ ପାହାଡ଼ ଦୁର୍ଗମ ଅଞ୍ଚଳରେ ଚଢ଼ାଉ କରି ୩୪୦୦ ମଦପୋଚ ନଷ୍ଟ କରିବା ସହ ୧୨୦ ଲିଟର ରନ୍ଧା ମଦ ଜବତ କରିଥିଲେ । ଏଥିସହ ରୋଷେଇ ନିମନ୍ତେ ବ୍ୟବହୃତ ରନ୍ଧା ସାମଗ୍ରୀ ଜବତ କରିଥିବା ଜଣାପଡିଛି । ସେହିପରି ଦାମପୁର , ପୋଡାମାରୀ ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ଦାମପୁରର ଚେରୁଆ ମଲ୍ଲିକ ଠାରୁ ୨୮ ଲିଟର ଓ ପୋଡାମାରୀ ହାଡ଼ି ସାହିରୁ ରଞ୍ଜନ ନାୟକ ଠାରୁ ୩୨ ଲିଟର ମଦ ଜବତ କରିଥିବା ବେଳେ ଉଭୟଙ୍କ ନାମରେ ଅବକାରୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉ ସମୟରେ ଚିକିଟି ଅବକାରୀ ଉପ ଅଧିକ୍ଷକ ବିଜୟ କୁମାର ଧାରୁଆ , ଚିକିଟି ଅବକାରୀ ନିରୀକ୍ଷକ ମିହିର କୁମାର ସେଠୀ , ଷ୍ଟ୍ରାଇକିଂ ଫୋର୍ସ ଇଦ୍ରିସ ଖାନ , ଦିଗପହଣ୍ଡି ଅବକାରୀ ଏଏସ୍ଆଇ ବସନ୍ତ ବେହେରା , କର୍ମଚାରୀ ନିରଞ୍ଜନ ବେହେରା , ଏନ୍.ତ୍ରିପତୀ , ସ୍ବଏମ୍ଭୁ କହଁର , ପଦ୍ମାବତୀ ସେଠୀ , ହରି ମଲ୍ଲିକ , ଆର୍ . ଲକ୍ଷ୍ମୀ ରେଡ୍ଡୀ ପ୍ରମୁଖ ସାମିଲ ଥିଲେ ।


