ପଲିଥିନ,ପ୍ଲାଷ୍ଟିକ ପ୍ରହସନ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଅକ୍ଟୋବର ୨ ତାରିଖରୁ ବ୍ରହ୍ମପୁର ସହରକୁ ସରସ ସୁନ୍ଦର କରି ଗଢିତୋଳିବା ସହ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ସଚେତନା କାର୍ଯ୍ୟକ୍ରମ କରିବା ସହ ପ୍ଲାଷ୍ଟିକ ସଂଗ୍ରହ କରି ବ୍ରହ୍ମପୁର ମହାନଗର ନିକଟରେ ଦେଲେ ଚକ୍‌ଲେଟ୍‌ ଦିଆଯିବାକୁ ଘୋଷଣା କରାଯାଇଥିଲେ ମଧ୍ୟ ସେହି ଭଳି କୈାଣସି ଆଖିଦୃଷିଆ ସଫଳତା ମିଳିନଥିବା ପରିଲକ୍ଷିତ ହୋଇଛି । ବ୍ରହ୍ମପୁର ସହର ବାଣିଜ୍ୟକ ପେଣ୍ଠସ୍ଥଳି ଭାବେ ବେଶ୍ ପରିଚିତ । ପ୍ରତିଦିନ ସହରକୁ ବିଭିନ୍ନ ସ୍ଥାନରୁ ହଜାର ହଜାର ଯାତ୍ରୀ ଗମନାଗମନ କରିଥାନ୍ତି । କିନ୍ତୁ ସହରରେ ଛୋଟିଆ ବ୍ୟବସାୟୀ ମାନଙ୍କ ଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟୀ ମାନେ ପଲିଥିନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏହା ସହ ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ପନିପରିବା ଦୋକାନ ପର୍ଯ୍ୟନ୍ତ ପଲିଥିନ ଦେଖିବାକୁ ମିଳିଛି । ଏହି ଘଟଣାରେ କିଛି ବୁଦ୍ଧିଜୀବି ମତାମତ ରଖିଛନ୍ତି କହିଛନ୍ତି ଯେ ପ୍ରଶାସନ ତରଫରୁ କୈାଣସି କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବସାୟର ବ୍ୟବହାର ହେଉଥିବାର ଦେଖିବାକୁ ମିଳିଛି । ସେପଟେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ