ଉତ୍ତର କୋରିଆର କେତେକ ଅଜବ ନିୟମ, ନ ମାନିଲେ ମିଳିବ ଫାଶୀଦଣ୍ଡ

ବିଶ୍ୱରେ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି । ଯାହାକି ଶୁଣିବା ପାଇଁ ଯେତିକି ଅଜବ ମାନିବା ସେତିକି କଷ୍ଟ । ତେବେ ଉତ୍ତର କୋରିଆ ଏଭଳି ଏକ ଦେଶ ଯେଉଁଠାରେ କିଛି ବି କରିବା ପୂର୍ବରୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିଥାଏ । ଏହି ଦେଶରେ ଏଭଳି କେତେକ ନିୟମ ରହିଛି ଯାହାକୁ ଆପଣ ଉଲ୍ଲଙ୍ଘନ କଲେ ଆପଣଙ୍କୁ ଫାଶୀଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ । ତେବେ ଜାଣନ୍ତୁ ଉତ୍ତର କୋରିଆର କିଛି ଅଜବ ନିୟମ ବିଷୟରେ ।
ଟିଭି ଉପରେ ପ୍ରତିବନ୍ଧକ : ଭାରତରେ ଆପଣ ଘରେ ବସି ଟିଭିରେ ଯେକୌଣସି ଚ୍ୟାନେଲ ଦେଖିପାରିବେ । କିନ୍ତୁ ଉତ୍ତର କୋରିଆରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେଠାରେ ସରକାର ଯେଉଁ ଚ୍ୟାନେଲକୁ ଅନୁମତି ଦେଇଛନ୍ତି କେବଳ ସେହି ଚ୍ୟାନେଲ ଚାଲିବାର ବ୍ୟବସ୍ଥା ରହିଛି ।
କେଶ କାଟିବା ଉପରେ ପ୍ରତିବନ୍ଧକ: ଆଜିକାଲି କେଶ କାଟିବାକୁ ନେଇ କେହି କିଛି କହିଲେ ଖରାପ ଲାଗୁଛି । କିନ୍ତୁ ଉତ୍ତର କୋରିଆର ଏକ ଅଜବ ନିୟମ ରହିଛି । ଏଠାରେ କେବଳ ୨୮ ପ୍ରକାରର ହେୟାରଷ୍ଟାଇଲ ରହିଛି । ଏଥିରୁ ୧୦ଟି ପୁରୁଷମାନଙ୍କ ପାଇଁ ଓ ୧୮ଟି ମହିଳାମାନଙ୍କ ପାଇଁ । ଏଠାରେ ବିବାହିତ ମହିଳାଙ୍କୁ ଲମ୍ବା କେଶ ରଖିବା ଓ ପୁରୁଷଙ୍କୁ ୩ ଇଞ୍ଚରୁ ଅଧିକ ଲମ୍ବା କେଶ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।
୩- ଉତ୍ତର କୋରିଆରେ ନୀଳ ଜିନ୍ସକୁ ଆମେରିକାର ପରମ୍ପରା ମାନେ । ତେଣୁ ଏଠାରେ ନୀଳ ଜିନ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
୪-ଉତ୍ତର କୋରିଆରେ ପର୍ଣ୍ଣ ଫିଲ୍ମ ଦେଖିବା ଓ ପ୍ରସାରଣ କରିବା ଉଭୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି ଆପଣ ଫିଲ୍ମ ଦେଖିବା ସମୟରେ ଧରାପଡ଼ନ୍ତି ତେବେ ଆପଣଙ୍କୁ ଜେଲ ଯିବାକୁ ପଡ଼ିବ ।
୫- ଦେଶ ଛାଡ଼ି ଯାଇପାରିବେନି ଉତ୍ତର କୋରିଆବାସୀ ।
୬-ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ : ଏଠାରେ ଇଣ୍ଟରନେଟ ୨.୫ ହର୍ଜ ଯାଏଁ ଉପଲବ୍ଧ ହୋଇଥାଏ । କେବଳ ସରକାରୀ କାମରେ ଇଣ୍ଟରନେଟ୍ ବ୍ୟବହାର କରାଯାଏୟ
ଉତ୍ତର କୋରିଆର ରାଜଧାନୀରେ କେବଳ ସରକାରୀ ଲୋକ ଧନୀ ଲୋକମାନେ ରହିପାରିବେ । ରାଜଧାନୀରେ କିଏ ରହିବ ତାହା ସରକାର ନିର୍ଦ୍ଧାରଣ କରିଥାନ୍ତି ।
ଯଦି କେହି ଦୋଷକରେ ତେବେ ଉକ୍ତ ବ୍ୟକ୍ତି ସହ ତାର ପରିବାରକୁ ମଧ୍ୟ ସଜା ଭୋଗିବାକୁ ପଡ଼ିବ । ପିଲାଠାରୁ ନେଇ ବୁଢା ଯାଏଁ ମଧ୍ୟ ଭୋଗିବାକୁ ପଡ଼ିଥାଏ ।
ବାଇବେଲକୁ ଉତ୍ତର କୋରିଆରେ ୱେଷ୍ଟର୍ଣ୍ଣ କଲଚର ବୋଲି କୁହାଯାଇଥାଏ । ତେଣୁ ଘରେ ବାଇବେଲ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ଏଠାରେ କେବଳ କିମ୍ ଫ୍ୟାମିଲିକୁ ପୂଜା କରିପାରିବେ । ଏଠାରେ କେବଳ ଷ୍ଟେଟ୍ ଅଫିସରଙ୍କ ପାଖରେ ଗାଡି ରଖିବାକୁ ଅନୁମତି ଦିଆଯାଇଛି । ଏଠାରେ ୧୦୦୦ରେ କେବଳ ୧୦ ଜଣଙ୍କ ନିକଟରେ ଗାଡ଼ି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ