ଇଚ୍ଛା ମୃତ୍ୟୁ ଚାହୁଁଛି ଶିବଶଙ୍କର
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ରାଣିପେଣ୍ଠ କାଶୀନଗର ବ୍ଲକରେ ଛୋଟ ପରିବାର ସହ ବସବାସ କରନ୍ତି ଶିବଶଙ୍କରଙ୍କ ପରିବାର । ବାପା,ଶିବଶଙ୍କର , ସ୍ତ୍ରୀ ଓ ଗୋଟିଏ ୫ ବର୍ଷର କୁନି ଝିଅ କୁ ନେଇ ଛୋଟିଆ ପରିବାର । ବେଶ ହସଖୁସୀର ସହ ଚାଲିଥିଲା ସଂସାର । ଶିବଶଙ୍କର ପେଶାରେ ଜଣେ ହୋଟେଲ କାରିଗର । କିନ୍ତୁ ଗତ ଜୁଲାଇ ୧ ତାରିଖରେ ହୋଟେଲରେ କାମ କରୁଥିବା ସମୟରେ ଗରମ ତେଲ କରେଇରେ ପଡି ଗୁରୁତର ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିିକରାଯାଇଥିଲା । ।ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ସେଠରେ ଦୀର୍ଘ ଦେଢମାସ ଚିକିତ୍ସିତ ହେଲା ପରେ ଡାକ୍ତର ତାଙ୍କୁ ଅଗଷ୍ଟ ୧୦ ତାରିଖରେ ଡିସଚାର୍ଜ କରିଥିଲେ ଏହା ସହ କିଛି ଦିନର ଡ୍ରେସିଂ ପରେ ତାଙ୍କୁ ନିଜ ଘରକୁ ପଠାଇବା ସହ କିଛି ଦିନ ପରେ ପ୍ଲାଷ୍ଟିକ ସର୍ଜରୀ କରିବାକୁ ଡାକ୍ତର କହିଥିଲେ । ଏହା ପରେ ସେ ନିଜର ଘରକୁ ଫେରିଥିଲେ । ହୋଟେଲ ମାଲିକ ତରଫରୁ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହା ପରେ ସ୍ତ୍ରୀ ନିଜର ସ୍ୱାମୀକୁ ନପଚାରିବାରୁ ଏନେଇ ଶିବଶଙ୍କର ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ସ୍ୱାମୀକୁ ୩୫ହଜାର ଟଙ୍କା ଦେଇଥିବା ସେ ସ୍ୱୀକାର କରିଛନ୍ତି । ଏହା ପରେ ସେ ବ୍ରହ୍ମପୁର ସିଟି ହସପିଟାଲରେ ଚିକିତ୍ସା ନିମନ୍ତେ ଗତ ୯ ତାରିଖ ଦିନ ଏଡମିଟ୍ ହୋଇଥିଲେ । ବହୁ କଷ୍ଟ ଓ ଯନ୍ତ୍ରଣାରେ ଛଟପଟ ହୋଇ ଚିକିତ୍ସିତ ହେଉଥିବା ସମୟରେ ସେ ଗତ ନବୀନ ନିବାସ ଯାଇ ନିରାଶ ହୋଇଥିବା କଥା ସେ ପ୍ରକାଶ କରିଛନ୍ତି । ଏଥିସହ ଦୀର୍ଘ ୫ ମାସ ଧରି ବିଛଣାରେ ଯନ୍ତ୍ରଣାରେ ଛଟପଟ ହୋଇ କଲବଲ ହେଉଥିବାରୁ ତାଙ୍କୁ ସରକାରଙ୍କ ତରଫରୁ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ନିମନ୍ତେ ସେ ଅନୁରୋଧ କରିଛନ୍ତି । ନଚେତ ତାଙ୍କୁ ଇଚ୍ଛା ମୃତ୍ୟୁ ଦିଆଯାଉବୋଲି ସେ କହିଛନ୍ତି ।


