ପାରଳା ପୌରପରିଷଦର ଉପାଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦର ନବନିର୍ବାଚିତ ଉପାଧ୍ୟକ୍ଷ ଭାବେ ଲେଙ୍କା ମଧୁ ଦାୟିତ୍ୱ ଗ୍ରହଣ କରିଛନ୍ତି  । କାର୍ଯ୍ୟାଳୟ ପରିସରରେ ସମସ୍ତ ପୌରପରିଷଦ କର୍ମଚାରୀଙ୍କ ସମେତ ବହୁ ବିଜେଡି କର୍ମୀ ଓ ନେତା ଉପସ୍ଥିତ ରହି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଉପାଧ୍ୟକ୍ଷ ଶ୍ରୀ ମଧୁଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଦାୟିତ୍ୱ ଗ୍ରହଣ ପରେ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସ।ହ ଦେଖିବାକୁ ମିଳିଛି । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଉପାଧ୍ୟକ୍ଷ ଶ୍ରୀ ମଧୁ କହିଛନ୍ତି ଯେ , ସହରର ବିକାଶ ନିମନ୍ତେ କାର୍ଯ୍ୟ କରିବି ଏବଂ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରିବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ