ବହଳଦାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ’ଙ୍କ ତିରୋଧାନ ଦିବସ ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ବହଳଦା ଡାକ ବଙ୍ଗଳା ଛୋକ ଠାରେ ସ୍ଥିତ ବିଜୁ ପଟ୍ଟନାୟକ’ଙ୍କ ପ୍ରତି ମୁର୍ତ୍ତିରେ ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଂପାଦକ ରାହୁଲ ଯାଦବ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ରନାଥ ମାର୍ଣ୍ଡି, ବାବଲା ପାତ୍ର ଏବଂ ସରପଞ୍ଚ ଲକ୍ଷ୍ମଣ ହାଁସଦାଃ ପ୍ରମୁଖଙ୍କ ନେତୃତ୍ବରେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଲୋକ ପ୍ରତିନିଧି’ଙ୍କ ଦ୍ବାରା ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟା ସିତାମଣୀ ହେମ୍ବ୍ରମ, ନାଏବ ସରପଞ୍ଚ- ସୁରୁବାଲି ତାମୁଡିଆ,ଲୁଲୁ ରାଉତ୍, ଗ୍ରାମପଞ୍ଚାତ ସଭାପତି- ଲକ୍ଷ୍ମଣ ହାଁସଦାଃ, କାଲୁ ଦାସ, କାଳିଚରଣ ହେମ୍ବ୍ରମ, କନିଷ୍କ ମାହାନ୍ତ, ନିହାଲ ଅଗ୍ରଓ୍ବାଲ, ନିଳରତନ ମଣ୍ଡଳ, ପ୍ରକାଶ ସାହୁ, ମାନସ ରଣା, ସରୋଜ ମୁର୍ମୁ, ଲାଲୁ ସାହୁ, ରଘୁ ହାଁସଦାଃ ପ୍ରମୁଖ ଉପସ୍ଥିତ ରହି ବିଜୁ ବାବୁ’ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଜୁ ବାବୁ ଅମର ରହେ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଆଦି ସ୍ଲୋଗାନ ଦେଇଥିଲେ । ପରେ ବହଳଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ’ଙ୍କୁ ଫଳ, ବିସ୍କୁଟ ଓ ପାଣି ବତଲ ବଣ୍ଟନ କରିଥିଲେ ।


