ବଡ ଡାକ୍ତରଖାନାରୁ ରୋଗୀ ନିଖୋଜ

ହାଟଡିହି, (ବିକାଶ ବିଶ୍ୱାଳ) :-କଟକ ବଡଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଯାଇଥିବା ହଦଗଡ ଅଞ୍ଚଳର ଜଣେ ରୋଗୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ହଦଗଡ ପଞ୍ଚାୟତ ମଧୁବନ ଗ୍ରାମର ସୁବଳ ନାୟକ(୫୫) କିଡିନି ରୋଗରେ ଆକ୍ରାନ୍ତ ହୋଇ ପୁର୍ବରୁ ଚିକିତ୍ସିତ ହୋଇ ଆସୁଥିଲେ । ଗତ ୧୨ତାରିଖ ଦିନ ତାଙ୍କର ସ୍ୱସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ସେଠାରୁ କଟକ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଡାକ୍ତରଖାନାରେ ବେଡ ନମିଳିବାରୁ ତାଙ୍କୁ ବାରଣ୍ଡାରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ତାଙ୍କର ବୁଝାସୁଝା ପାଇଁ ପାଖରେ ତାଙ୍କ ସ୍ତ୍ରୀ ମଧ୍ୟ ଥିଲେ । ତା ପରଦିନ ଅର୍ତାତ ୧୩ତାରିଖ ରାତିରେ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ । ତାଙ୍କ ପତ୍ନୀ ରାତିରେ ଶୋଇ ପଡିଥିବାବେଳେ ତାଭ୍‌କ ନିଦ ଭାଙ୍ଗିବା ବେଳକୁ ତ୍ସ୍ୱାମୀ ସୁବଳ ବିଛଣାରେ ନଥିବା ଦେଖିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ପାଖ ରୋଗୀ ମାନଙ୍କୁ ପଚାରି ବୁଝିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି କୌଣସି ସନ୍ଧାନ ନପାଇବାରୁ ମେଡିକାଲ କର୍ତ୍ତୁପକ୍ଷଙ୍କୁ ଜଣାଇଥିଳେ । ମେଡିକାଲ କର୍ତ୍ତୁପକ୍ଷ ଏନେଇ ନିକଟସ୍ଥ ଥାନାରେ ରିପୋର୍ଟ କରିଥିବା ତାଙ୍କ ପତ୍ନୀ କହିଛନ୍ତି । ଏପରି ଅବସ୍ଥାରେ ପରିବାର ଲୋକେ ବ୍ୟତିବସ୍ତ ହୋଇ ପଡିଛନ୍ତି । ଯଦି କେହି ତାଙ୍କର ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ୬୩୭୧୨୯୭୦୪୮ରେ ଯୋଗାଯୋଗ କରିବାକୁ ତାଙ୍କ ପତ୍ନୀ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ