ବରପୁତ୍ରଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବିଜେଡି ପକ୍ଷରୁ ଓଡ଼ିଶାର ବରପୁତ୍ର ବବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଖୁଆପଦା ନିକଟ ବୈତରଣୀ ନଦୀରେ ଦଳୀୟ କର୍ମୀ ମାନେ ବୈଦିକ ରୀତିରେ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସ କାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ଵଦ୍ରୀନାରାୟଣ ରାଉତ, ଯୁବ ବିଜେଡି ନେତା ସୋମ୍ୟରଞ୍ଜନ ଜେନା, ସମିତିସଭ୍ୟ ରାଜକିଶୋର ଜେନା, କୈଳାସ ଜେନା ପ୍ରମୁଖ ଯୋଗଦେଇଥିଲେ। ଏହା ସହିତ ବ୍ଲକ ପ୍ରାଙ୍ଗଣ ବିଜୁ ବାବୁଙ୍କ ପ୍ରତୀମୂର୍ତିରେ କର୍ମୀମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଯୁବ ବିଜେଡି ବ୍ଲକ ସଭାପତି ଲଳିତ କୁମାର ରାଉତ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ଵର୍ଷାରାଣୀ ଜେନା, ସମିତିସଭ୍ୟ ବିଷ୍ଣୁ ପ୍ରସାଦ ଦାସ, ବିଜେଡି ନେତା ଦେବେନ୍ଦ୍ର ଦାସ, ହେମନ୍ତ ଜେନା, ସତ୍ୟାନନ୍ଦ ମହାପାତ୍ର,ପ୍ରକାଶ ମହାପାତ୍ର, ପ୍ରଭାକର ରାଉତ, ଶରତ ପଲେଇ, ଦିବ୍ୟଜ୍ୟୋତି ମହାପାତ୍ର, ଧର୍ମେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ପରେ ମେଡିକାଲ ଠାରେ ଦଳୀୟ ନେତା ମାନେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ।


