ପୋଲସରାରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବିଶିଷ୍ଟ ଜନନାୟକ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦେହାନ୍ତ ହୋଇଥିଲା ୧୯୯୭ ମସିହା ଏପ୍ରିଲ ୧୭ ତାରିଖ ଦିନ। ପୋଲସରା ବ୍ଲକ ଓ ନଗର ବିଜୁ ଜନତା ଦଳ ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ରବିବାର ଦିନ ପୂର୍ବ ବର୍ଷ ପ୍ରକାରେ ପାଳନ କରାଯାଇଛି । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମ ରେ ଅତିଥିଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟ ଯୋଗଦେଇଥିଲେ। ପ୍ରଥମେ ପୋଲସରାରେ ସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା। ପରେ ବିଧାୟକ ଶ୍ରୀ ସାହୁଙ୍କ ସମେତ ବିଜେଡି ନେତା ଓ ବିଜୁପ୍ରେମୀ ମାନେ ବିଜୁବାବୁଙ୍କ ବିଭିନ୍ନ ପଦକ୍ଷେପ ବିଷୟ ଉଲ୍ଲେଖ କରିଥିଲେ। ଏହାପରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟା ଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ସମ୍ପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ, ନଗର ଯୁବ ବିଜେଡି ସଭାପତି ତଥା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଏନଏସି ଅଧ୍ୟକ୍ଷା ସଙ୍ଗୀତ ବେହେରା, ମହିଳା ବିଜେଡି ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ଝୁନୁ ଦାଶ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା, ଲୋକ ପ୍ରତିନିଧି, ଓ ବିଜେଡି କର୍ମୀଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇ ଥିଲେ ।


