ବରହମପୁର-ଶିଆଳିଆ ରାସ୍ତା କାର୍ଯ୍ୟ ନିମ୍ନମାନର
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଅଧିନ ବରହମପୁର-ଶିଆଳିଆ ଭାୟା ଦୋଳପଦୀ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଗତ କିଛି ମାସ ହେବ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ଧିମା ଗତିରେ କାର୍ଯ୍ୟ ଚାଲିଛି । ନିର୍ମାଣସ୍ଥଳରେ କୌଣସି ସୂଚନା ଫଳକ ଲଗା ଯାଇନାହିଁ । ଫଳରେ କୋଟି କୋଟି ଟଙ୍କାରେ ନିର୍ମିତ ହେଉଥିବା ରାସ୍ତା ସଂପର୍କରେ ସାଧାରଣଲୋକେ କୌଣସି ସୂଚନା ପାଇପାରୁନାହାନ୍ତି । ରାସ୍ତାରେ ପୁରୁଣା କଲର୍ଭଟକୁ ମରାମତି କରାଯାଉଥିବା ଦେଖାଯାଇଛି । ରାସ୍ତା ତିଆରି ବେଳେ ପାଣି ପକା ଯାଉନଥିବାରୁ ଧୂଳି ଉଡି ସାଧାରଣଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


