ସୁରେଶ ରାଉତ ମେମୋରିଆଲ ରାତ୍ର ଟେନିସ୍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମଞ୍ଜୁରୀରୋଡ ଚମ୍ପିୟନ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ରବିବାର ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମରେ ୫ମ ବାର୍ଷିକ ସୁରେଶ ରାଉତ ମେମୋରିଆଲ ରାତ୍ର ଟେନିସ୍ ବଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସ, ବ୍ଲକ କଂଗ୍ରେସ ଯୁବନେତା ସ୍ମୃତି ରଞ୍ଜନ ସ୍ୱାଇଁ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା କଂଗ୍ରେସ ସାଧାରଣ ସଂପାଦକ ମାର୍କଣ୍ଡ ଚରଣ ବେହେରା, ସମାଜସେବୀ କିଶୋର ରାଉତ, ପ୍ରଫୁଲ୍ଲ କୁମାର ରାଉତ, ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଭୀମସେନ ସ୍ୱାଇଁ, ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଙ୍ଗଠନର ଜିଲା ସଭାପତି ପ୍ରଦ୍ୟୁମ୍ନ କୁମାର ଦାସ, ପୂର୍ବତନ ସମିତି ସଭ୍ୟ ସୁଦାମ ଚରଣ ଖଣ୍ଡା, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ନାୟକ, ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱନାଥ ବିଶ୍ୱାଳ, ସମାଜସେବୀ ରଘୁନାଥ ବିଶ୍ୱାଳ, କୈଳାସ ଜେନା, ଖଗେଶ୍ୱର ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ କୁସୁନପୁର, ଅରଞ୍ଜି, ହାଟଡିହୀ, ମହୁଲଗଢିଆ, ଅର୍ଣ୍ଣପାଳ, କଲେଇ, ମଞ୍ଜୁରୀରୋଡ, ନଳାଙ୍ଗ ଆଦି ୮ଟି ଟିମ୍ ଭାଗ ନେଇଥିଲେ । ପ୍ରଥମ ସେମିଫାଇନାଲ ମ୍ୟାଚ୍ ମହୁଲଗଢିଆ ଓ ମଞ୍ଜୁରୀରୋଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମଞ୍ଜୁରୀରୋଡ ବିଜୟୀ ହୋଇଥିଲା । ୨ୟ ସେମିଫାଇନାଲ ମ୍ୟାଚ୍ କୁସୁନପୁର ଓ କଲେଇ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କଲେଇ ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚ୍ କଲେଇ ଓ ମଞ୍ଜୁରୀରୋଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କଲେଇ ବ୍ୟାଟିଂ ଆରମ୍ଭ କରି ୮ ଓଭରରେ ୮ ଉଇକେଟ ହରାଇ ୫୮ ରନ୍ ସଂଗ୍ରହ କରିଥିଲା । ଜବାବରେ ମଞ୍ଜୁରୀରୋଡ ୭ ଓଭରରେ ୩ ଉଇକେଟ ହରାଇ ୫୯ ରନ୍ ସଂଗ୍ରହ କରି ଚମ୍ପିୟନ ହୋଇଥିଲା । ମ୍ୟାନ୍ ଅଫ ଦି ଫାଇନାଲ ମ୍ୟାଚ୍ ଓ ମ୍ୟାନ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ ଅଙ୍ଗା ମହାନ୍ତି ବିବେଚିତ ହୋଇଥିଲେ । ହିତେଶ ରାଉତ ମ୍ୟାନ୍ ଅଫ ଦି ମ୍ୟାଚ୍ ଟ୍ରଫି, ବିକାଶ ପରିଡା ମ୍ୟାନ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ଟ୍ରଫି ଓ ସୁବୋଧ କୁମାର ରାଉତ ଚମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ । ସ୍କୋରର ଭାବେ ଦୀପକ ରାଜ, ସୁଧିର ପାତ୍ର, ସଞ୍ଜୟ ଦାଶ, ଅମ୍ପାୟର ଭାବେ ଅକ୍ଷୟ ରାଉତ, ନିଳମଣି ଘଡେଇ, ଭବାନୀ ଶଙ୍କର ବିଶ୍ୱାଳ, ଭାଷ୍ୟକାର ଭାବେ ସୁକାନ୍ତ କୁମାର ବେହେରା, ହରେକୃଷ୍ଣ ପରିଡା, ନାରାୟଣ ଦାଶ ଦାୟୀତ୍ୱ ତୁଲାଇଥିଲେ । ମଙ୍ଗୁଲି କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ