ଶ୍ର୍ରୀରାମ ନବମୀ ଉପଲକ୍ଷେ ବାର୍ଷିକ ଉତ୍ସବର ଉଦଯାପନୀ ଦିବସରେ : କରାତଳି ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ଶ୍ରୀରାମନବମୀ ଉପଲକ୍ଷେ ବାର୍ଷିକ ଉତ୍ସବର ଉଜ୍ନାପନ ଦିବସରେ ଏକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜଗନ୍ନାଥ ପ୍ରସାଦ ଓ ଭଂଜନଗର ବ୍ଲକର ଦୁଇଟି ଦଳ ଭାରତଲୀଳା ପରିବେଷଣ କରିଥିଲେ । ଯାହାଦ୍ୱାରା ଅଂଚଳରେ ଏକ ସାଂସ୍କୃତିକ ଓ ଭାଇଚାରା ର ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ଅତିଥୀ ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଛତ୍ରପୁର କଳାବିକାଶ କେନ୍ଦ୍ରର ସଭାପତି ଇଂ. ରାମଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ରମେଶ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇଥିଲେ । ଏହି ଅବସରରେ ଭାରତଲୀଳା ପରିବେଷଣ କରିଥିବା ଦୁଇଟି ଦଳ କୁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସାଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ବିଭାଗ, କରାତଳି ରଘୁନାଥ ମନ୍ଦିର କମିଟିର ସମସ୍ତ ସଭ୍ୟ ଓ ଯୁବ ନେତା ମହେନ୍ଦ୍ର ରେଡ୍ଡୀ ସହଯୋଗ କରିଥିବା ବେଳେ ଓଡିଶୀ ନୃତ୍ୟଗୁରୁ ଡ. ଗଜେନ୍ଦ୍ର ପଣ୍ଡା ଓ ପ୍ରଭୂତୋଷ ପଣ୍ଡା ପରିଚାଳନା କରିଥିଲେ । ଶେଷରେ ରଘୁନାଥ ମନ୍ଦିର କମିଟିର ମୁଖ୍ୟ ସଭ୍ୟ ଜି.ରଘୁନାଥ ରେଡ୍ଡୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ