ବୃଦ୍ଧାଶ୍ରମ, ଦିବ୍ୟାଙ୍ଗ ଓ କର୍ମଚାରୀଙ୍କ ଟଙ୍କା ଖାଇଗଲେ ସମ୍ପାଦକ

ମୋହନା, (ଅଂଶୁମାନ ପଣ୍ଡା) :-କେନ୍ଦ୍ର ଓ ରାଜ୍ୟ ସରକାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ବୃଦ୍ଧ ବୃଦ୍ଧା ଓ କର୍ମ ସଂସ୍ଥାନରେ ନିଯୁକ୍ତି କର୍ମଚାରୀଙ୍କ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସେ ସବୁ ଠିକ ବାଟରେ ଖର୍ଚ ହେଉନାହିଁ । କେତେକ ସ୍ୱାର୍ଥପର ସଭାପତି ଓ ସମ୍ପାଦକ ମିଳିମିଶି ସେହି ଅର୍ଥକୁ ବାଟମାରଣା କରୁଥିବା ଦେଖିବାକୁ ମିଳିଛି । ଏଭଳି ଦୁର୍ନିତୀରେ ଉବୁଡ଼ୁବୁ ହୋଇ ବୁଡି ରହିଛି ଗଜପତି ଜିଲ୍ଲା ମୋହନା ଉପକଣ୍ଠ କଣ୍ଚେଇକୋଳି ଗ୍ରାମ ନିକଟରେ ରହିଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ । ଏଠି କୌଣସି ବୃଦ୍ଧାଶ୍ରମ ନ ଥିବା ବେଳେ ଉଭୟ ଅନୁଷ୍ଠାନର ସମ୍ପାଦକ ତଥା ଜିଲ୍ଲା ବିଜେଡ଼ିର ଉପସଭାପତି ବୋଲାଉଥିବା ବାହୁବଳୀ ନେତା ଦଣ୍ଡାସି ସାହୁ  ସ୍ଵତନ୍ତ୍ର ବିଦ୍ୟାଳୟର ରେଜିଷ୍ଟେସନରେ ବୃଦ୍ଧବୃଦ୍ଧା ନ ଥାଇ କାଗଜ କଲମରେ ନିଜ ଘରକୁ ଭଡା ସୂତ୍ରରେ ଦେଇ ଅଡିଟ ରିପୋର୍ଟ ପ୍ରସ୍ତୁତ କରି ଓ ଘର ଚୁକ୍ତିନାମା ସ୍ବାକ୍ଷରିତ କରି ବୁଦ୍ଧାଶ୍ରମ ଚାଲୁଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି । ସେହିଭଳି ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷଘାତ ସ୍ୱତନ୍ତ୍ର ବିଦ୍ୟାଳୟ ଖୋଲି ପିଲା ନ ଥାଇ ପ୍ରମାଣପତ୍ର ହାତେଇ କାଗଜ କଲମରେ ପିଲା ପଢୁଥିବା ଦର୍ଶାଇ ୨ ବର୍ଷରେ ୨ଥର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ବିଜ୍ଞାପନ ଦୈନିକ ଖବର କାଗଜରେ ବାହାର କରି ସ୍ଥାନୀୟ ଓ ଦୂର ଦୂରାନ୍ତରର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କଠାରୁ ଲକ୍ଷ୍ୟାଧିକ ଟଙ୍କା ଲୁଟିଥିବା କର୍ମଚାରୀ ମାନେ କହିଛନ୍ତି । ଏହି ଅନୁଷ୍ଠାନକୁ ୨ ବର୍ଷ ତଳେ ଜିଲ୍ଲା ଅଧିକାରୀ ଖୋଲିବା ପାଇଁ ଅନୁମତି ଦେଇନଥିଲେ । କାହାକୁ ଖାତିର ନକରି ସମ୍ପାଦକ ମନମୁଖୀ ଭାବେ ଚଲାଇ ଥିଲେ । ଶିକ୍ଷକ ଓ କର୍ମଚାରୀ ଆବଶ୍ୟକ ବୋଲି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛନ୍ତି ।  ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ୨୦୨୧-୨୨ ଶିକ୍ଷା ବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ୩୫ ରୁ ୪୦ ପିଲା ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ କାଗଜ କଲମରେ ୧୩୮ ପିଲା ଦର୍ଶାଯାଇ କେନ୍ଦ୍ରୀୟ ଅନୁଦାନ ଟଙ୍କାକୁ ହଡପ କରୁଛନ୍ତି । ଉପସ୍ଥାନ ଖାତା ଓ କ୍ୟ।ସ ଖାତାରେ ୧୩୮ ପିଲା ପୂର୍ଣ୍ଣ ଉପସ୍ଥାନ ଦର୍ଶାଇ ଖର୍ଚ ହେଉଥିବା ଲେଖା ଯାଉଛି । ବିଦ୍ୟାଳୟର ବାଇଲକୁ ଜାଲ କରି ରେଜିଷ୍ଟେସନ ଅଥରିଟିଙ୍କର ତାରିଖ ଓ ସଭାପତିଙ୍କର ଦତଖସ୍ତକୁ ଫୌଜୁରି କରି ରବର ଷ୍ଟାମ୍ପ କରି ସମସ୍ତ ପୃଷ୍ଠାରେ ମାରିଛନ୍ତି । ନୂତନ ବାଇଲ ସଂମ୍ପୁର୍ଣ୍ଣ ଜାଲି ହୋଇ ଥିବାରୁ ପୁରୁଣା ବାଇଲ କାର୍ଯ୍ୟକାରୀ କରାଯିବାକୁ କର୍ମଚାରୀ ଓ କିଛି କମିଟି ବୃନ୍ଦ କହିଛନ୍ତି । ନିଜ ଘରେ ବସି ନିଜକୁ ସୁହାଇଲା ଭଳି କମିଟି ଗଠନ କରିଛନ୍ତି । ସରକାରୀ କାଗଜପତ୍ର ଓ କର୍ମଚାରୀଙ୍କ ଗୁରୁତ୍ଵପୂର୍ଣ୍ଣ ନଥିବାପତ୍ରରେ କମିଟିର ସଦସ୍ୟ ଓ କର୍ମଚାରୀଙ୍କ ଫୌଜୁରୀ ଦତଖସ୍ତ ସମ୍ପାଦକ ଓ ପ୍ରଧାନ ଶିକ୍ଷକ କରିଥିବାର ପ୍ରମାଣ କର୍ମଚାରୀମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡିଏସଏସଓ, ଡିସିପି ଓଙ୍କୁ ତାହାର କପି ଦେଇଛନ୍ତି । ପ୍ରକାଶ ଥାଉ କି , କରୋନା କାଳରେ ସଂପାଦକ ଦଣ୍ଡାସି ସାହୁ ବିନା କାରଣରେ ଦରମା ନ ଦେଇ ୧୦ଜଣ କର୍ମଚାରୀଙ୍କୁ ବହିଷ୍କୃତ  କରିଛନ୍ତି। ଯାହାକି ଓଡ଼ିଶା ସରକାରଙ୍କ ଚିଠି ନମ୍ବର ୫୩୨/୨୦୧୩ ଡବ୍ଲ୍ୟୁସିଡି, ତାରିଖ ୮/୧/୨୦୧୩ ଗେଜେଟ ନୋଟିଫିକେସନକୁ ବିରୋଧାଚରଣ କରୁଛି । ସମ୍ପାଦକ ସାହୁ କର୍ମଚାରୀମାନଙ୍କୁ ପୂର୍ଣ୍ଣ ଦରମା ନିଜ ଆକାଉଣ୍ଟରୁ ଲୋନ ଆକାରରେ ଆଣି ଦିଆଯାଉଥିବା ଅଡିଟ ରିପୋର୍ଟରେ ଦର୍ଶ।ଉଥିବା ବେଳେ ଅନୁଦାନ ଆସିବା ପରେ ସେ ଦେଇଥିବା ଲୋନ ଟଙ୍କାକୁ ନିଜ ଆକାଉଣ୍ଟକୁ ନେଉଛନ୍ତି ଓ ଡୋନେସନ ଟଙ୍କାକୁ ମଧ୍ୟ ସେ ନେଇ ଯାଉଛନ୍ତି । କିନ୍ତୁ କର୍ମଚାରୀମାନଙ୍କୁ ବର୍ଷ ଶେଷରେ ତୁମର ଦରମା ଆସିନାହିଁ କହି ୫୦ପ୍ରତିଶତ ଦରମା ନେବାକୁ ବାଧ୍ୟ କରୁଛନ୍ତି । ଖାତାରେ ଶହେ ପ୍ରତିଶତ ପୂର୍ଣ୍ଣ ଦରମା ଦିଆଯିବାର ଟ୍ରାଞ୍ଜେସନ କରାଯାଉଥିବା ଅଡିଟରିପୋର୍ଟରେ ଦର୍ଶାଉଛନ୍ତି । କର୍ମଚାରୀମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇ ପୁଣି ସେହି ଟଙ୍କାକୁ ବାହୁବଳୀ ସମ୍ପାଦକ ଦଣ୍ଡାସି କର୍ମଚାରୀଙ୍କଠାରୁ ନେଉଥିବା ଅଭିଯୋଗ ହୋଇଛି । ସମ୍ପାଦକ କରୋନା ସମୟରେ ବିଜ୍ଞାପନ ବାହାର କରି ୫୦ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ସେମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ଆତ୍ମସାତ କରି ସେମାନଙ୍କୁ ମାସିକ ପାଉଣା ଠିକ ସମୟରେ ନ ଦେଇ ଦରମା ମାଗିଲେ ନାଲି ଆଖି ଦେଖାଇ ଥାନା ଓ ଜେଲରେ ଭର୍ତ୍ତି କରିଦେବାର ଧମକ ଦେବାରୁ ସେମାନେ ବିଦ୍ୟାଳୟ ଛାଡି ଚାଲିଯାଇଛନ୍ତି । ସମସ୍ତ ଘଟଣା ଡିଏସଏସଓଙ୍କୁ ଲିଖିତ ଓ ମୌଖିକ ଭାବେ କର୍ମଚାରୀମାନେ ବିଭିନ୍ନ ସମୟରେ ଜଣାଇ ଆସୁଥିଲେ ମଧ୍ୟ ସେ  ସବୁ ଜାଣି ନିରବ ରହିବା ସମ୍ପାଦକ ଓ ଡିଏ ସଏସଓଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବାର ବହିଷ୍କୃତ କମିଚାରୀମାନେ ଅଭିଯୋଗ  କରିଛନ୍ତି । ସୂଚନା ଅଧିକାର ଆଇନ ବଳରେ ବିଦ୍ୟାଳୟ ସମ୍ପର୍କରେ ତଥ୍ୟ ମାଗିଲେ ସମ୍ପାଦକ ଦେଉ ନାହାନ୍ତି । ଦିନକୁ ଦିନ ବାହୁବଳୀ ସମ୍ପାଦକଙ୍କ ଦୁର୍ନିତୀ ବଢିବାରେ ଲାଗିଛି । ତାଙ୍କର ମୁଖା ଖୋଲିବା ପାଇଁ ଓ ନିଜର ହକ ଫେରି ପାଇବା ପାଇଁ କର୍ମଚାରୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାରୁ ଜିଲ୍ଲାପାଳ ଶନିବାର ଦିନ ସ୍ୱତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟରତ କିରଣ କୁମାର ମହାନ୍ତି ଓ  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ବିଦ୍ୟାଳୟକୁ ଆସି ତଦନ୍ତ କରିଛନ୍ତି। କେବେ କର୍ମଚାରୀମାନେ ନ୍ୟାୟ ପାଇବେ ସେହି ଦିନକୁ ଅପେକ୍ଷା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ