ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସଂକଟ ତାରିଣୀ ମନ୍ଦିର ବିଗ୍ରହ ପ୍ରତିଷ୍ଠା
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମା’ସଂକଟ ତାରିଣୀ ସମସ୍ତଙ୍କୁ ପାଳନ, ଚାରଣ କରିଥାନ୍ତି । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ମା’ସଂକଟ ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି । ୧୯ ତାରିଖ ଦିନ ଅଙ୍କୁରୋପଣ, ଅଧିବାସଠାରୁ ଚାରୀଦିନିଆ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ୨୦ ତାରିଖ ଦିନ ଭୋର ସମୟରେ ଖଡଖାଇ ନଦୀକୂଳ ଛୋଟ ଘାଟ ନିକଟରୁ ସାମୂହିକ ୧୦୮ ଘଟୋଉତ୍ତୋଳନ କରାଯାଇ ବିଶାଳ ୩କିମି ଶୋଭାଯାତ୍ରାରେ ମନ୍ଦିରକୁ ଅଣାଯାଇଥିଲା । ଘଟ ପ୍ରତିଷ୍ଠା କରାଯିବାରେ ଯଜ୍ଞ ମଣ୍ଡପ ଶୁଦ୍ଧି କରାଯାଇ ଅଗ୍ନି ସ୍ଥାପନ କରାଯାଇଥିଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ସାଗର ନାଏକ ଏବଂ ତାଙ୍କ ଧର୍ମପତ୍ନୀ କର୍ତ୍ତା ହିସାବରେ ବସିଥିଲେ। ପୂଜକ ବିଜୟ ଚନ୍ଦ୍ର ପାଣି, ନିଶ୍ଚିତ ପାଣି ଏବଂ କମଳାକାନ୍ତ ପଣ୍ଡାଙ୍କ ଦ୍ଵାରା ମା’ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।ସୂର୍ଯ୍ୟପୂଜା, ଜଉମୂଦ, ଚଣ୍ଡିପାଠ କରାଯାଇଥିଲା ।୨୧ ତାରିଖ ଦିନ ଗୁରୁବାର ପ୍ରତ୍ୟୁଷରେ ସୂର୍ଯ୍ୟପୂଜା, ଅର୍ଘ୍ୟ ପୂଜା ପରେ ମା’ତାରିଣୀଙ୍କର ପ୍ରାଣ ପ୍ରତିଷ୍ଠା, ତୁଳସୀ ପ୍ରତିଷ୍ଠା, ରୁଦ୍ରାଭିଷେକ, ଚଣ୍ଡିପାଠ କରାଯାଇଥିଲା ।୨୨ତାରିଖ ଦିନ ସୂର୍ଯ୍ୟପୂଜା, ପରେ ସାଧାରଣ ପୂଜା ଯଜ୍ଞ, ଚଣ୍ଡିପାଠ ଏବଂ ପୂର୍ଣ୍ଣାହୁତି ସଂପନ୍ନ ହୋଇଥିଲା ପୂଜା ସଂପନ୍ନ ପରେ ଶ୍ରଦ୍ଧାଳୁ ଏବଂ ଭକ୍ତଵୃନ୍ଦଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ଘରକୁ ଫେରୁଥିଲେ । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ଆଖପାଖ ଅଂଚଳ ୪ ଦିନଧରି ଏକ ଭକ୍ତିମୟୀ ପରିବେଶ ହୋଇ ଉଠିଥିଲା । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମନ୍ଦିର ଟିଏ ନଥିବାରୁ କର୍ମଚାରୀ ଓ ରୋଗୀମାନେ କୌଣସି ଦେବାଦେବୀ ଙ୍କୁ ରୋଗ ଓ ନିଜରସୁରକ୍ଷା ଶାନ୍ତି ପାଇଁ ପୂଜାର୍ଚ୍ଚନା କରି ପାରୁ ନଥିଲେ । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଅଧୀକାରୀ ଡାକ୍ତର ସାଗର ନାଏକ, କର୍ମଚାରୀ, ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ମନ୍ଦିର ପ୍ରତିଷ୍ଠା ହେବା ସହ ପୂଜାର୍ଚ୍ଚନା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା । ଶାନ୍ତି ଶୃଙ୍ଖଳାର ସହ ମନ୍ଦିର ପ୍ରତିଷ୍ଠା ସଂପନ୍ନ ସୋଇଥିବାରୁ ସମସ୍ତଙ୍କୁ ଡାକ୍ତର ସାଗର ନାଏକ କୃତଜ୍ଞତା ଜଣାଇଛନ୍ତି ।


