ଜୋର ଜୁଲମ୍ ପୂର୍ବକ ବିଲ୍ ଆଦାୟ ବିରୁଦ୍ଧରେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଘନଘନ ବିଜୁଳୀ କାଟ୍, ଲୋ ଭୋଲଟେଜ୍ ଏବଂ ଜୁଲମ ପୂର୍ବକ ବିଦ୍ୟୁତ ବିଲ୍ ଆଦାୟ ବିରୁଦ୍ଧରେ ବାମପନ୍ଥୀ ଦଳ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ତିରିଂ’ ବ୍ଲକ ଅନ୍ତର୍ଗତ ବଡସାଦମ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀ’ଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତିରିଂ’ ଶାଖା ତଥା ଉତ୍କଳ ମହିଳା ସମିତି ପକ୍ଷରୁ ଜିଲ୍ଲା ସହ ସଂପାଦକ କମ୍ବ୍ରେଡ୍ ତ୍ରିନାଥ ପାତ୍ର ଏବଂ ଜିଲ୍ଲା ଶାଖା ସଂପାଦକ ପାରାଉ ହାଁସଦାଃ’ଙ୍କ ନେତୃତ୍ବରେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ’ଙ୍କୁ ନେଇ ଅହେତୁକ ବିଜୁଳି କାଟ୍ ଏବଂ ଜୋର ଜୁଲମ ପୂର୍ବକ ବିଦ୍ୟୁତ୍ ବିଲ ଆଦାୟ ବିରୁଦ୍ଧରେ ବିଭିନ୍ନ ସ୍ମୋଗାନ ମାନ ଦେଇ ତିରିଂ’ ବ୍ଲକ ଅନ୍ତର୍ଗତ ବଡସାଦମ’ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯିବା ସହ ପ୍ରତ୍ୟୋକ ପରିବାର କୁ ୨’ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଣ, ବିଦ୍ୟୁତ୍ ବିଭ୍ରାଟ ପ୍ରତିକାର, ବିଦ୍ୟୁତ୍ ବିଲ୍ ଆଦାୟ ନାମରେ ଟାଟା କମ୍ପାନୀ ଜୁଲମ୍ ବନ୍ଦ କରିବା, ବିପିଏଲ ଉପଭୋକ୍ତା’ଙ୍କୁ ମାଗଣାରେ ବିଦ୍ୟୁତ୍ ସଂଯୋଗ, ବିଦ୍ୟୁତ୍ ଯୋଗାଣରୁ ବଞ୍ଚିତ ଲୋକଙ୍କୁ ଜରୁରୀ କାଳିନ ଭିତ୍ତିରେ ବିଦ୍ୟୁତ ଯୋଗାଇ ଦିଆଯିବା ଇତ୍ୟାଦି ଦାବିରେ ମୂଖ୍ୟ ମନ୍ତ୍ରୀ, ଜିଲ୍ଲାପାଳ ଏବଂ ବିଦ୍ୟୁଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭୁବନେଶ୍ୱର’ ଙ୍କ ଉଦ୍ଧେଶ୍ୟରେ ଭାରପ୍ରାପ୍ତ ବହଳଦା ଓଭର ସିଓର’ଙ୍କ ଜରିଆରେ ବଡସାଦମ ବିଦ୍ୟୁତ୍ କାର୍ଯ୍ୟାଳୟ ଠାରେ ଦାବିପତ୍ର ପ୍ରଦାନ କରାଯାଇଛି। ଉପଭୋକ୍ତା’ଙ୍କ ଅଭିଯୋଗ ଅନୁସାରେ ବିଦ୍ୟୁତ ବିଭାଗ କର୍ମଚାରୀ’ଙ୍କ ଦ୍ୱାରା ବିପିଏଲ ଉପଭୋକ୍ତା’ଙ୍କ ଠାରୁ ଜୋର ଜୁଲମ ପୂର୍ବକ ଅଶ୍ଳିଳ ଭାଷାରେ ଅଶାଳୀନ ବ୍ୟବହାର କରି ବିଦ୍ୟୁତ୍ ବିଲ୍ ଆଦାୟ ନଚେତ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯିବା, ନୂତନ ଉପଭୋକ୍ତା’ଙ୍କୁ ପୁରୁଣା ଉପଭୋକ୍ତା ଦର୍ଶାଇ ଅତ୍ୟଧିକ ବିଦ୍ୟୁତ୍ ବିଲ ଆଦାୟ, ଅହେତୁକ ଘନଘନ ବିଦ୍ୟୁତ୍ କାଟ୍ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବାସହ ବ୍ୟାପାର ବାଣିଜ ବାଧାପ୍ରାପ୍ତ ହେବା ଆଦି ଅଭିଯୋଗ ରହିଛି । ତେବେ ଦାବିପତ୍ର ପ୍ରଦାନ ବେଳେ ଭାରପ୍ରାପ୍ତ ବହଳଦା ଓଭରସିଓର ସୁବାଶଚନ୍ଦ୍ର ମଲ୍ଲିକ ଉପଭୋକ୍ତା’ଙ୍କ ଅଭିଯୋଗ ଶୁଣିବା ସହ ପୂର୍ବରୁ ଓଡିଶା ସରକାର’ଙ୍କ ଅଧିନରେ ବିଦ୍ୟୁତ ବିଭାଗ କାର୍ଯ୍ୟକାରୀ ଥିବାବେଳେ ମିଟର ରିଡିଂ ନଦେଖି କିମ୍ବା ମିଟର ରିଡିଂ ରୁ କମ୍ ମାତ୍ରାରେ ବିଲ୍ ପ୍ରଦାନ କରାଯାଉଥିଲା ବର୍ତ୍ତମାନ ବାସ୍ତବିକ ମିଟର ରିଡିଂ ଅନୁସାରେ ବିଲ୍ ପ୍ରଦାନ କରା ଯାଉଥିବାରୁ ଉପଭୋକ୍ତା’ଙ୍କ ମଧ୍ୟରେ ଅଧିକ ବିଲ ପ୍ରଦାନ କରାଯାଉଥିବା ସନ୍ଦେହ ଉପୁଜୁଛି। ତେବେ ଯଦି ଭୂଲ୍ ରିଡିଂ ଥାଏ ତାହେଲେ ତାହାକୁ ସଂଶୋଧନ କରାଯାଇ ଉଚିତ୍ ବିଲ ପ୍ରଦାନ କରାଯିବ ବୋଲି କହିଥିଲେ। ବିଦ୍ୟୁତ ସଂଯୋଗ ନଥାଇ ବିଦ୍ୟୁତ୍ ବିଲ ଆସିବା ସମ୍ବନ୍ଧରେ କହିଥିଲେ ଯେ ସେତେବେଳେ ଠିକା ସଂସ୍ଥା ଦ୍ୱାରା ବିଦ୍ୟୁତ୍ ସଂଯୋଗୀ କରଣ କାର୍ଯ୍ୟ ସଂପାଦନ କରାଯାଉଥିଲା ଏବଂ ସମ୍ପୃକ୍ତ ଠିକାସଂସ୍ଥା ଦ୍ୱାରା ତାଲିକା ଅନୁସାରେ ସମସ୍ତ ଉପଭୋକ୍ତା’ଙ୍କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରା ଯାଇଥିବା ରିପୋର୍ଟ ବିଦ୍ୟୁତ୍ ବିଭାଗକୁ ପ୍ରଦାନ କରାଯାଇଥିଲା ତେଣୁ ଏ ସମସ୍ୟା ସୃଷ୍ଟି ହୋଇଥିବା କହିଥିଲେ। ଏହି ବିକ୍ଷବ ପ୍ରଦର୍ଶନ କାର୍ଯ୍ୟକ୍ରମରେ କମ୍ବ୍ରେଡ ସନାତନ ସର୍ଦ୍ଧାର,ଶୁକ୍ରା ହେମ୍ବ୍ରମ,ବାଘ୍ରାୟ ହେମ୍ବ୍ରମ, କମ୍ବ୍ରେଡ୍ ନେତ୍ରୀ ରାଇମଣୀ ପାତ୍ର, ମାଇନୋ ବାସ୍କେ, ମହିମାମଣି ହେମ୍ବ୍ରମ ଏବଂ କମ୍ବ୍ରେଡ ତଥା ପୂର୍ବତନ ବଡଡାଳିମା ସରପଞ୍ଚ ରଥିଆ ବେହେରା ପ୍ରମୁଖ’ଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ