ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ନିର୍ମଳନୀର କାର୍ଯ୍ୟକ୍ରମ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଇଞ୍ଚୋଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ନିର୍ମଳନୀର -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚନ୍ଦନ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଦୀପକ କୁମାର ଜେନା, ଡ. ସୁରେଶ୍ୱରୀ ସାଗରୀକା ଜେନା, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ପରିମଳ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ପାତ୍ର, ସମ୍ମାନୀତ ଅତିଥି ଭାବେ ଇଂ ବିଶ୍ୱନାଥ ପ୍ରତାପ ଜେନା, ହୃଦାନନ୍ଦ ମହାରଣା ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ନିର୍ମଳନୀର ଜଳଛତ୍ର ସହ ଗୋମାତା, ମୁକ୍ତ ଜଳଛତ୍ର ଓ ମୁକ୍ତାକାଶ ବିହଙ୍ଗ ମାନଙ୍କ ପାଇଁ ଗଛରେ ଖାଦ୍ୟ ଶସ୍ୟ ସହ ପାଣି ପଲମ ଲଗାଯାଇଥିଲା । ପରିବେଶ ଉପଯୋଗୀ ଆଲୋଚନା ଚକ୍ରରେ ଖରାଦିନରେ ବନ୍ୟପ୍ରାଣୀ, ଗୋ ସମ୍ପଦର ଯତ୍ନ ଓ ମୁକ୍ତ ପ୍ରାଣୀ ଓ ବିହଙ୍ଗ ମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ତୁଷାର୍ତ୍ତ ବାଟୋଇ ମାନଙ୍କ ପାଇଁ ଜଳଦାନ କରାଯାଇ ଘର ଆଗରେ ପାଣିକୁଣ୍ଡ ରଖିବାପାଇଁ ସଦସ୍ୟ ମାନଙ୍କୁ ଆନୁରୋଧ କରାଯାଇଥିଲା । ଏବେ ଗାଁ ଗଣ୍ଡାରେ ପୋଖରୀ ଗୁଡିକ ଶୁଖି ଯାଇଥିବାରୁ ଗୋରୁଗାଈ ମାନେ ପାଣି ମୁନ୍ଦେ ପିଇବାପାଇ ଜଳସେଚନ ବିଭାଗକୁ କେନାଲରେ ପାଣି ଛାଡିବାପାଇଁ ଲିଖିତ ଭାବେ ଜଣାଇବାପାଇଁ ଅତିଥି ମାନଙ୍କ ଉପସ୍ଥିତିରେ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ନିଷ୍ପତି ହୋଇଥିଲା । ସଦସ୍ୟ ଉମାକାନ୍ତ ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଜୀବନ ରାଉତ, ଚିରଞ୍ଜିବୀ ନାୟକ, ନିରଞ୍ଜନ ନାୟକ, ସରୋଜ ସୁଆର, ଅଜୟ ଜେନା, ବଳରାମ ରାଉତ, ପ୍ରଦୀପ ସା, ସୁକୁମାର ନାୟକ, କେଦାର ଜେନା, ଇନ୍ଦ୍ରମଣୀ ଜେନା, ପ୍ରମୋଦ ଜେନା, ତାପସ ନାୟକ, ଅନିଲ ସା ପ୍ରମୁଖ ପରିଚାଳନା କରିଥିଲେ ।


