ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ଭିକାରୀ ଚରଣ ଜେନାଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ନିସଙ୍ଗପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷା ବିଭାଗର କିରାଣୀ ଭିକାରୀ ଚରଣ ଜେନାଙ୍କ ୮୦ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ସେ ଦୀର୍ଘବର୍ଷ ଧରି ନନ୍ଦିପଦା ହାଇସ୍କୁଲରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ ପରେ ସେ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିବା ସହିତ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଶାନ୍ତ, ସରଳ, ନିଷ୍କପଟ, ମେଳାପି ଓ ଉଦାରଚିତ ବ୍ୟକ୍ତି ଭାବେ ସମସ୍ତଙ୍କ ନିକଟରେ ପ୍ରୀୟପାତ୍ର ଥିଲେ । ତାଙ୍କ ପରଲୋକ ଖବରପାଇ ମରୈଗାଁ ପଞ୍ଚାୟତର ସରପଞ୍ଚ ସତ୍ୟଭାମା ଜେନା, ସୁରେନ୍ଦ୍ର କୁମାର ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା, ସଦାଶିବ ଖୁଣ୍ଟିଆ, ବିନୋଦ ଖୁଣ୍ଟିଆ, ପ୍ରଦୀପ ଜେନା, ଆଦିତ୍ୟ ଜେନା, ଭୀମସେନ ବେହେରା, ସୁରେନ୍ଦ୍ର କୁମାର ପରିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ୋଷ ଦର୍ଶନ କରିବା ସହିତ ଶୋକାକୁଳ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ଗାଁ ଶ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସାନପୁଅ ବିଧୂ ଭୂଷଣ ଜେନା ମୁଖାଗ୍ନି ଦେଇଥିବା ବେଳେ ବଡପୁଅ ଶଶିଭୁଷଣ ଜେନା, ଝିଅ ସ୍ନେହଲତା ଜେନା, ଲକ୍ଷ୍ମୀପ୍ରୀୟା ଜେନା, ସୁଶ୍ରୀ ସଂଗୀତା ଜେନାଙ୍କ ସମେତ ସମସ୍ତ ପରିବାର ସଦସ୍ୟ ଓ ବନ୍ଧୁ ଆତ୍ମୀୟ ସ୍ୱଜନ ମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ