ତେଲେଙ୍ଗାନାରେ ଓଡିଆ ବିଏସଏଫ ଯବାନ ସହିଦ : ନିଜ ଗ୍ରାମରେ ହେଲା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତଯ ସମ୍ପନ୍ନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ବିଏସ୍ଏଫରେ କାର୍ଯ୍ୟରତ ଯବାନ ଏମ୍. ରାମରାଜୁଙ୍କ ସିକନ୍ଦରାବାଦର ଟ୍ରେନିଙ୍ଗ କ୍ୟାମ୍ପ ରେ ଡ୍ୟୁଟିରେ ବାଇକ ଯୋଗେ ବାହାରକୁ ଯାଇଥିବା ସମୟରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଆଜି ତାଙ୍କ ମର ଶରୀର ନିଜ ଗାଁ ଖରଷଣ୍ଡାରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଗୁରାଣ୍ଡି ଥାନା ଅନ୍ତର୍ଗତ ଖରଷଣ୍ଡା ଗ୍ରାମର ଏମ୍. ରାମରାଜୁ ରାୟଗଡା ବିଏସ୍ଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥାଇ ଗତ ୨୦୧୭ ମସିହାରୁ ସିକନ୍ଦରାବାଦର ଏକ ଏକ ଗବେଷଣା କେନ୍ଦ୍ରରେ ଡେପୁଟେସନରେ ନିୟୋଜିତ ହୋଇଥିଲେ । ହେଲେ ୨୩ ତାରିଖ ସନ୍ଧ୍ୟାରେ ନିଜ ଡ୍ୟୁଟିରେ ଯାଉଥିବା ସମୟରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାର କାରଣ ବା ଦୁର୍ଘଟଣା ଘଟାଇଥିବା ଗାଡି ସମ୍ପର୍କରେ ଏପର୍ଯ୍ୟନ୍ତ ସୁଚନା ମିଳିନଥିବା ଜଣା ପଡ଼ିଛି । ତେଲେଙ୍ଗାନା ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ତାଙ୍କ ମର ଶରୀର ଗାଁ ନିକଟରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରି ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଅନ୍ତିମ ସଂସ୍କାର କରାଯାଇଛି । ଦେଶର କୋଣ ଅନୁକୋଣରେ ବିଭିନ୍ନ ବିଭାଗରେ ଗାଁ ର ୬୦ ରୁ ଅଧିକ ଯୁବକ ଯବାନ ଭାବରେ କାର୍ଯ୍ୟ କରୁଥିବା ବେଳେ ଏଭଳି ଦୁଃଖଦ ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସାଙ୍ଗକୁ କାନ୍ଦ ବୋବାଳିରେ ଫାଟି ପଡିଛି ଗାଁ ।