ଛତ୍ରପୁର ପଞ୍ଚାୟତ ସମିତି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ନବ ନିର୍ବାଚିତ ଚତୁର୍ଥ ପଂଚାୟତ ସମିତି ବୈଠକ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରନ୍ କୁମାରୀ ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକକୁ ଏକ ଉନ୍ନତ ବ୍ଲକ ଭାବେ ଗଢି ତୋଳିବା ପାଇଁ ସମସ୍ତଙ୍କ ସହ ଯୋଗ କାମନା ସେ କରିଥିଲେ । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ସମସ୍ତ ଜନ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ସମସ୍ତେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କଲେ ଛତ୍ରପୁର ବ୍ଲକ ଏକ ଆଦର୍ଶ ବ୍ଲକ ହୋଇପାରିବ ବୋଲି ସେ କହିଥିଲେ । ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ନଳକୂପ ଓ ଯେଉଁ ଯେଉଁ ଅଂଚଳରେ ପାଇପ ଜଳ ଯୋଗାଣର ବ୍ୟବସ୍ଥା କରାଯାଇନାହିଁ ତାହାର ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ କରାଯିବା ନିମନ୍ତେ ବହୁ ପଂଚାୟତ ପ୍ରତିନିଧି ମାନେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଗଙ୍ଗାପୁର, ପାଇତାରି ଓ କୁମାରବେଗପଲ୍ଲୀ ଗ୍ରାମରେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଦ୍ୱାରା ପାନୀୟ ଜଳ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହୋଇନଥିବାରୁ ପଂଚାୟତର ଜନ ପ୍ରତିନିଧି ମାନେ କ୍ଷୁବ୍ଧ ପ୍ରକାଶ କରିବା ସହ ଏହାକୁ ତୁରନ୍ତ କାର୍ଯ୍ୟ କରିବା ନିମନ୍ତେ ଦାବି କରିଥିଲେ । ଉକ୍ତ ପ୍ରକଳ୍ପ ଗୁଡିକ କାର୍ଯ୍ୟ କାରୀ ନିମନ୍ତେ ନିୟୋଜିତ ହୋଇଥିବା ଠିକାଦାର ମାନଙ୍କୁ କାର୍ଯ୍ୟରୁ ବିରତି କରାଯାଇ ପୁଣି ଟେଣ୍ଡର କରାଯାଇ ଏହି ପ୍ରକଳ୍ପ ଗୁଡିକ ଅନ୍ୟ ଠିକାଦାର ମାନଙ୍କ ଦ୍ୱାରା କାର୍ଯ୍ୟକ୍ଷମ କରାଯିବ ବୋଲି ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରମେଶ ପଣ୍ଡା ସୂଚନା ଦେଇଥିଲେ । ଏଥିରେ ମୁଖ୍ୟତଃ ପାନୀୟ ଜଳ, କୃଷି, ଭତ୍ତା, ମହିଳା ଓ ଶିଶୁ, ସ୍ୱାସ୍ଥ୍ୟ, ଉଦ୍ୟାନ, ରାସନ କାର୍ଡ,ମନରେଗା, ଶିକ୍ଷା, ମିଶନ ଶକ୍ତି ସମେତ ବିଭିନ୍ନ ବିଭାଗକୁ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଭିତିଭୁମି, ସାମାଜିକ ସୁରକ୍ଷା ଓ ଜୀବନ ଜିବିକା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ । ଛତ୍ରପୁର ବ୍ଲକ ଅଂଚଳରେ ଉପୁଜୁଥିବା ବିଭିନ୍ନ ପାନୀୟ ଜଳ ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଶ୍ରୀ ବେହେରା କଡା ନିର୍ଦ୍ଦେଶ ଦେବା ସହ ଗଙ୍ଗାପୁର ଗ୍ରାମରେ ଆସନ୍ତା ଦିନରେ ହେବାକୁ ଥିବା ଯାତ୍ରା ନିମନ୍ତେ ଆବଶ୍ୟକୀୟ ପାଣି ଯୋଗାଇଦେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା ବୈଠକ ସଂଯୋଜନା କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଏସ୍‌. ସାରଦା ରେଡ୍ଡି ପ୍ରାରମ୍ଭରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜିପିଇଓ ଅଶୋକ କୁମାର ଦାଶ ବୈଠକର ଏଜେଣ୍ଟା ପାଠ କରିଥିବା ବେଳେ ଆସିଷ୍ଟାଣ୍ଡ ଇଂ ଦିଗାମ୍ବର ନାୟକ ଜିପିଡିପି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ଛତ୍ରପୁର ବ୍ଲକରେ ଖାଲି ପଡିଥିବା ଅଙ୍ଗନବାଡି କର୍ମୀ ପଦବୀ ଗୁଡିକ ତୁରନ୍ତ ପୂରଣ କରିବା ସହ କେନ୍ଦ୍ରକୁ ମିଳିଥିବା ସମସ୍ତ ପୃଷ୍ଟିକର ଖାଦ୍ୟ ସମ୍ପର୍କରେ ସୂଚନା ଦେବା ନିମନ୍ତେ କେନ୍ଦ୍ର ସମ୍ମୁଖରେ ସୂଚନା ଫଳକ ଟଙ୍ଗାଇବା ନିମନ୍ତେ ଜନ ପ୍ରତିନିଧି ମାନେ ସିଡିପିଓଙ୍କ ଦୃଷ୍ଟି ଆକର୍ଷଣ କରିଥୀଲେ । ପାନୀୟ ଜଳର ସମସ୍ୟା ଉପୁଜିଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ବିଭାଗୀୟ ଅଧିକାରୀଙ୍କ ଆକର୍ଷଣ କରିଥିଲେ । ଏହାସହିତ କାର୍ଯ୍ୟକାରୀ କରାଯାଉଥିବା ମୋଗେହ୍ଲା ଝିଅ, ନିର୍ଭୟ କଢି, ବାଲ୍ୟ ବିବାହ ରୋକିବା କାର୍ଯ୍ୟ ଉପରେ ମଧ୍ୟ ସେ କହିଥିଲେ । ଗଙ୍ଗାପୁର, ବିପୁଳିଙ୍ଗି, ସୁନ୍ଦରପୁର ଅଂଚଳରେ ମହାବିଦ୍ୟାଳୟ ସକାଶେ ସମସ୍ତ ପ୍ରସ୍ତାବ ସରକାରଙ୍କୁ ପଠାଯାଇଛି ବୋଲି ବିଇଓ ସୀତାରାମ ପାତ୍ର ବୈଠକରେ ସୂଚନା ଦେଇଥିଲେ । ଏହା ସହିତ ଶିକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ସେ ସମସ୍ତ ଜନ ପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ଲକ ଅଂଚଳର ବିଭିନ୍ନ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ଗୁଡିକ ତୁରନ୍ତ ପୂରଣ କରିବା ନିମନ୍ତେ ଅଂଚଳର ଜନ ପ୍ରତିନିଧି ମାନେ ବିଇଓ ଶ୍ରୀ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବ୍ଲକ ଅଂଚଳରେ ଯୋଗାଇ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସେବା ଗୁଡିକ କିପରି କାର୍ଯ୍ୟକାରୀ କରାଯାଉଛି ସେ ସମ୍ପର୍କରେ ଜନ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ବୈଠକରେ ସମସ୍ତ ଜନ ପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସମସ୍ତେ ସହ ଯୋଗ କଲେ ରୋଗୀ ମାନେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ଗୁଡିକ ସଠିକ୍ ଭାବେ ପାଇପାରିବେ ବୋଲି ସେ କହିଥିଲେ । ଜଣେ ରୋଗୀଙ୍କୁ ପୂର୍ବରୁ କେଉଁ ରୋଗ ହୋଇଥିଲା ତାହା ପରେ ଚିକିତ୍ସା ବେଳେ ଜାଣିନିମନ୍ତେ ଡିଜିଟାଲର ହେଲଥ୍ ଆଇଡି ସଂପର୍କ ବିପିଏମ ସିମାଞ୍ଚଳ ପ୍ରଧାନ କହିଥିଲେ । ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର, ନର୍ସ ପଦବୀ ପୂରଣ ଏବଂ ଏକ୍ସରା ମେସିନ ତୁରନ୍ତ କାର୍ଯ୍ୟକ୍ଷମ କରିବା ନିମନ୍ତେ ପୋଟ୍ଟଲାମପୁର ସରପଞ୍ଚ ନୀରଜଂନ ପ୍ରଧାନ ଓ ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ କହିଥିଲେ । ସୁନ୍ଦରପୁର ମେଡିକାଲରେ ସମସ୍ତ ସୁବିଧା ଯୋଗାଇଦେବା ନିମନ୍ତେ ୧୯ନଂ ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ, ସରପଞ୍ଚ ଗଗନ ବେହେରା ଦାବୀ କରିଥିଲେ । ସୁନ୍ଦରପୁର ପଞ୍ଚାୟତର ପଇଁତାରୀ ପ୍ରକଳ୍ପର ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଉଭୟ ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଏହାସହିତ ଗଙ୍ଗାପୁର ଗ୍ରାମରେ ପାନୀୟ ଜଳପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ସରପଞ୍ଚ ନୀରଜଂନ ପ୍ରଧାନ କହିବା ସହ ଆଗାମୀ ଯାତ୍ରା ନିମନ୍ତେ ଆବଶ୍ୟକ ଥିବା ପାନୀୟ ଯୋଗାନ ସୁବ୍ୟବସ୍ଥା କରିବାକୁ ବୈଠକରେ ଦାବୀ କରିଥିଲେ । ପଞ୍ଚାୟତଗୁଡିକରେ ଉପୁଜିଥିବା ପାନୀୟଜଳ ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରିବା ନିମନ୍ତେ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ସରପଞ୍ଚ ସଂଜିବ ରେଡ୍ଡୀ ଏବଂ ଚମାଖଣ୍ଡି ସରପଞ୍ଚ ସିଏଚ୍‌. ମନୋଜ କୁମାର ରେଡ୍ଡୀ ବିଭାଗୀୟ ଅଧିକାରିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୋଡାପଦର, ସାହେବଜେନାପଲ୍ଲୀ ସମେତ ବିଭିନ୍ନ ଅଂଚଳରେ ପାନୀୟ ସମସ୍ୟାର ସମାଧାନ କରିବା ନିମନ୍ତେ ୨୦ନଂ ଜିଲ୍ଲାପରିଷଦ ସଭ୍ୟ ଏମ.ଧନଜଂୟ ରେଡ୍ଡୀ କହିଥିଲେ । ପୋଡାପଦର ପଞ୍ଚାୟତର ଇନ୍ଦିରାବସକଲେନୀରେ ପନୀୟଜଳ ସମସ୍ୟା ଦେଖାଦେଇଥିବାରୁ ଲୋକମାନେ ପାଣି କିଣି ପିଉଛନ୍ତି ଏହାର ତୁରନ୍ତ ସମାଧାନ ନିମନ୍ତେ ସରପଞ୍ଚ ଦାବି କରିଥଲେ । ଲକ୍ଷ୍ମୀପୁର ପଂଚାୟତ ସମିତିସଭ୍ୟ ଏନ୍‌. ଋମେଶ ରେଡ୍ଡୀ ଭତ୍ତା, ରାସନ କାର୍ଡ, ଅଙ୍ଗନବାଡି କେନ୍ଦ୍ର ଏବଂ ଉପୁଜୁଥିବା ପାନୀୟ ଜଳ ସମସ୍ୟା ସମାଧାନ ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ । ଗତବର୍ଷ ଚଳିତ ବର୍ଷ ର ବ୍ଲକରେ କାର୍ଯ୍ୟକାରୀ ହୋଇଥିବା ଏମନରେଗା ପ୍ରକଳ୍ପ ଓ ଶ୍ରମ ଦିବସ ସୃଷ୍ଟି ହୋଇଥିବା ସମ୍ପର୍କିତ ସୂଚନା ଏପିଓ ଅର୍ଚ୍ଚିତା ପାଣିଗ୍ରାହୀ ସୂଚନା ଦେଇଥିଲେ । କୃଷୀ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ସହକାରୀ କୃଷି ଅଧିକାରୀ ଏନ୍‌. ନିକୁଞ୍ଜ ନାୟକ କହିଥିଲେ । ଭତ୍ତା, ଖାଦ୍ୟ ସୁରକ୍ଷା, ଉଦ୍ୟାନ, ମତ୍ସ୍ୟ ବିଭାଗ ପକ୍ଷରୁ ଅଧିକାରୀ ମାନେ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଅବଗତ କରିଥିଲେ । ଛତ୍ରପୁର ବ୍ଲକର ମିଶନ ଶକ୍ତି ଓ ଓଡିଶା ଜିବୀକା ମିଶନର ସଫଳତା ସହ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ ବ୍ୟାଙ୍କରୁ ପ୍ରଦାନ କରାଯାଉଥିବା ଋଣ ଏବଂ ବିଭିନ୍ନ କାର୍ଯ୍ୟକାରୀ ସମ୍ପର୍କରେ ଓଡିଶା ଜିବୀକା ମିଶନ୍ ର ଭାରପ୍ରାପ୍ତ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୨୧ ନଂ ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରାଙ୍କ ସମେତ ୧୮ ଟି ପଂଚାୟତର ଜନ ପ୍ରତିନିଧି ଓ ବିଭୀନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ