ଆଜି ଠାରୁ ଆରମ୍ଭ ହେଲା ଶ୍ରୀଶ୍ରୀଶ୍ରୀ ମା ବ୍ୟାଘ୍ରଦେବୀଙ୍କ ଯାତ୍ରା
ଛତ୍ରପୁର, (ଦେବଦତ୍ତ ମହାରଣା) :-ବୁଧବାର ଠାରୁ ଶ୍ରୀ ଶ୍ରୀଶ୍ରୀ ମା ବ୍ୟାଘ୍ରଦେବୀଙ୍କ ଯାତ୍ରା ସାତଦିନ ବ୍ୟାପି ଛତ୍ରପୁର ଠାରୁ ବଡଯାକଜକମରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ୨ବର୍ଷ ଥରେ ଏହି ଯାତ୍ରା ଗଂଜାମ ଆରକ୍ଷୀ ପରିବାର ପକ୍ଷରୁ ଆନୁଷ୍ଠିତ ହୋଇଆସୁଥିବା ବେଳେ ମହାମାରୀ କରୋନା ଯୋଗୁଁ ଏହି ଯାତ୍ରା ଗତ ୪ବର୍ଷ ବନ୍ଦ ରହିଥିଲା । ଚଳିତ ବର୍ଷ ମାଁଙ୍କ ଯାତ୍ରା ବଡ ଜୋରଦାର କରିବା ନିମନ୍ତେ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଗଂଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ସମେତ ବହୁ ପୋଲିସ ଅଧିକାରୀ ଏଥିରେ ସାମିଲ ସମସ୍ତ ମାଙ୍କ ଯାତ୍ରା ରୀତିନୀତି ଅନୁସାରେ କରାଯିବ । ବୁଧବାର ମଧ୍ୟରାତ୍ରରେ ମାଙ୍କୁ ଦିଗ୍ ବନ୍ଦନ ସହ ଆଜ୍ଞାମାଳ ଆବାହନ କରାଯିବ । ମା ନିଜ ମନ୍ଦିର ବାହାରି ଅସ୍ଥାୟୀ ମନ୍ଦିରକୁ ଏକ ଶୋଭାଯାତ୍ରା ମାଧ୍ୟମରେ ବିଜେ କରିବେ । ଗୁରୁବାର ମା ଅସ୍ଥାୟୀ ମନ୍ଦିର ପୂଜା ପାଇବେ । ଶୁକ୍ରବାର ଠାରୁ ମାଙ୍କ ନଗର ଭ୍ରମଣ ଆରମ୍ଭ ହେବ । ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ମାଙ୍କ ଘଟ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମଧ୍ୟ ପରିକ୍ରମା କରାଯିବା । ମଙ୍ଗଳବାର ମହାରାତ୍ରରେ ମାଁ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ମାଁଙ୍କ ଯାତ୍ରା କମିଟି ପକ୍ଷରୁ ଶ୍ରଦ୍ଧାଳୁ ଏବଂ ଛତ୍ରପୁରବାସୀଙ୍କ ମନରୋଜଂନ ନିମନ୍ତେ ମୀନାବଜାର ସହ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ସୂଚନା ମିଳିଛି । ଦୀର୍ଘ ୪ବର୍ଷ ପରେ ମାଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଅଂଚଳବାସୀଙ୍କ ମନରେ ଖୁସି ର ବାତାରଣ ଖେଳିଯାଇଛି ।


