ପାଣ୍ଡିରିପଡ଼ାରେ ପୋଲସରା ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏପ୍ରିଲ ୨୯ ତାରିଖ ଦିନ ପୋଲସରା ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ଅନୁଷ୍ଠିତ ଏହି ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳାକୁ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ, ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡାକ୍ତର ନାରାୟଣ ସ୍ବାଇଁ, ପାଣ୍ଡିରିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଗୌରହରି ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଝୁନୁ ଦାଶ, ପାଣ୍ଡିରିପଡ଼ା ସରପଞ୍ଚ ରଘୁନାଥ ଭୂୟାଁ ପ୍ରମୁଖ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଗ୍ରାମାଞ୍ଚଳରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଓ ପୋଲସରା ମେଡିକାଲର ଭେଷଜ ବିଭାଗ , ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ, ଶିଶୁରୋଗ ବିଭାଗ, ଚକ୍ଷୁରୋଗ ବିଭାଗ ପ୍ରଭୃତିର ବିଶେଷଜ୍ଞ ଡାକ୍ତର ବୃନ୍ଦ ଯୋଗଦେଇ ବହୁ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସା କରିଥିଲେ। ଏହି ମେଳାରେ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କାରାଯିବା ସହ ପ୍ରାୟ ୫୦ ଖଣ୍ଡ ଗ୍ରାମର ଜନସାଧାରଣ ଉପକୃତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ