ପୋଲସରା ବ୍ଲକରେ ୧୧ ଟି ଦଶମ ବୋର୍ଡ ପରୀକ୍ଷା କେନ୍ଦ୍ର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକର ୧୧ ଗୋଟି ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା କେନ୍ଦ୍ରରେ ୧୯୮୮ ଜଣ ପରୀକ୍ଷା ଦେବାପାଇଁ ଆୟୋଜନ ହୋଇଥିବା ବେଳେ ୭ ଜଣ ଅଧିକାରୀ ପର୍ଯ୍ୟବେକ୍ଷକ ଓ ନୋଡାଲ ଅଫିସର ଭାବେ ନିଯୁକ୍ତି ହୋଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାଶରେ ପୋଲସରା ବ୍ଲକର ୧- ତହସିଲଦାର ଦିଲ୍ଲୀପ କୁମାର ନାୟକ( ମଥୁରା ହାଇ ସ୍କୁଲ), ୨- ବିଡ଼ିଓ ସୁରଞ୍ଜନ କୁମାର ସାହୁ(ଗୋପବନ୍ଧୁ ହାଇ ସ୍କୁଲ,ପୋଲସରା ), ୩- ଏନଏସି ଇଓ ଦୁର୍ଯ୍ୟୋଧନ ସାହୁ ( ଲିଙ୍ଗରାଜ ଗାର୍ଲସ ହାଇ ସ୍କୁଲ, ପୋଲସରା), ୪- ଏବିଡ଼ିଓ ଧର୍ମରାଜ ପରିଡା ( ମଧୁସୂଦନପୁର ହାଇ ସ୍କୁଲ), ୫- ବିଇଓ କାଳୀ ଚରଣ ବେହେରା ( କଲମ୍ବ ଓ ବର୍ତ୍ତିନୀ ହାଇ ସ୍କୁଲ), ୬- ସିଡିପିଓ କୁନ୍ତଳା କୁମାରୀ ନାୟକ ( ଢୁଙ୍କାପଡା ଓ ହାତୀଓଟ ହାଇ ସ୍କୁଲ) ଏବଂ ୭- ଏବିଇଓ ସ୍ୱରୂପ କୁମାର ପାତ୍ର (ଜଗାପଲ୍ଲୀ, ଚିରିକିପଡା ଶାସନ ଓ ମନ୍ଦାର ହାଇ ସ୍କୁଲ) ପରୀକ୍ଷା କେନ୍ଦ୍ରର ପର୍ଯ୍ୟବେକ୍ଷକ ଓ ନୋଡାଲ ଅଫିସର ଭାବେ ଦାୟିତ୍ବ ବହନ କରିଛନ୍ତି। ଏପ୍ରିଲ ୨୯ ତାରିଖରେ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପୋଲସରା ବ୍ଳକ ଓ ଏନଏସିର ମୋଟ ପରୀକ୍ଷାର୍ଥୀ ୧୯୮୮ ଜଣଙ୍କ ମଧ୍ୟରୁ ୧୮୪୦ ଜଣ ପରୀକ୍ଷା ଦେଇଥିବା ବେଳେ ୧୪୮ ଜଣ ଅନୁପସ୍ଥିତ ଥିଲେ। ସମସ୍ତ ୧୧ ଟି ପରୀକ୍ଷା କେନ୍ଦ୍ରରେ ସଠିକ ଭାବେ ଶାନ୍ତି ଶୃଙ୍ଖଳା ସହ ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ