ଝାଡୁଦାରଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୋୖରାଞ୍ଚଳ ୧୯ ନଂ ୱାର୍ଡ ଶଶୀଭୂଷଣ ମାର୍ଗ ହରିଜନ ବସ୍ତିରେ ଶୁକ୍ରବାର ଜୈନିକ ଯୁବକ ଘରର ଉପର ମହଲା ଥିବା ଫେନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବା ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି।ମୃତ ଯୁବକ ଜଣକ ହେଲେ ସୁବାସ ନାୟକଙ୍କ ପୁଅ ଶମ୍ଭୁ ନାୟକ (୨୭) । ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ ୧୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛି।ମିଳିଥିବା ସୂଚନା ପ୍ରକାରେ ମୃତ ଶମ୍ଭୁ ଗତ ୪ ମାସ ପୂର୍ବେ ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ସୁଇପର ଭାବେ ଯୋଗ ଦେଇଥିଲେ।ଗତ ଦୁଇ ଦିନ ଧରି ଦେହ ଅସୁସ୍ଥ ଥିବାରୁ ସେ ଘରେ ବିଶ୍ରାମ ନେଉଥିଲେ। ବାପା ସୁବାସ,ମା,ବଡ଼ଭାଇ କାର୍ଯ୍ୟ ଉପଲକ୍ଷେ ବାହାରକୁ ଯାଇଥିଲା ବେଳେ ଘରେ କେବଳ ଶମ୍ଭୁ ଓ ସାନ ଭଉଣୀ ଥିଲେ।କିଛି ସମୟ ପରେ ଶମ୍ଭୁ ଉପର ମହଲାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରି ନ ଥିଲେ।ପରେ ପରିବାର ଲୋକେ ଘରର ଉପରେ ମହଲାକୁ ଯାଇ ଗାମୁଛା ଲଗାଇ ଝୁଲି ରହିଥିବା ଅବସ୍ଥାରେ ଶମ୍ଭୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


