ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷକ ଅନୁଷ୍ଠାନ ସଭାଗୃହରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାପରିଷଦ ସଭାପତି ଜି.ତିରୁପତି ରାଓ ଅଧ୍ୟକ୍ଷତା କରିଥିବା ବେଳେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାଏକ, ସିଡିଏମ୍ଓ ଡାକ୍ତର ପ୍ରଦୀପ କୁମାର ପାତ୍ର, ଶିଶୁ ବିଶେଷଜ୍ଞ ନେହା ନାଇଡୁ, ଏକ୍ସନଏଡ୍ର ଘାସିରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପରିଷଦ ସଭାପତି ଶ୍ରୀ ରାଓ ବାଲ୍ୟ ବିବାହ ନିଷେଧ କରିବା ପାଇଁ ଜନସଚେତନତା ସୃଷ୍ଟି କରିବା ଏବଂ ଏଥିରେ ଗଣମାଧ୍ୟମ ଓ ପୋଲିସର ସହଯୋଗ କାମନା କରିଥିଲେ । ଜିଲ୍ଲାପାଳ ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ, ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ଶିଶୁମାନଙ୍କ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ସହ ଶିଶୁ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଗୁରୁତ୍ୱାରୋପର କରିଥିଲେ । ସେହିଭଳି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ ଶିଶୁ ସୁରକ୍ଷା ପାଇଁ ପୋଲିସର ସହାୟତା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଜିଲ୍ଲାର ଶିଶୁ ମାନେ ଯେପରି ଅବହେଳିତ ନ ହୁଅନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପାତ୍ର ଶିଶୁମାନଙ୍କ ସ୍ୱାସ୍ଥ୍ୟ ସେବାରେ ଯେପରି ସମସ୍ୟା ନ ଉପୁଜିବ ସେଥିନିମନ୍ତେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ଯୋଗାଇବା, ୟୁନିସେଫ ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଯେଉଁ ଅଞ୍ଚଳରେ କାମ କରୁଛି ତାକୁ ଶିଶୁ ସୁରକ୍ଷା ଯୋଜନାରେ ଜୋଡିବା, ଏକ୍ସନ ଏଡ୍ର ଶ୍ରୀ ପଣ୍ଡା ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମର ଉଦେଶ୍ୟ ଆଦି ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରିଶେଷରେ ଶିଶୁ ସୁରକ୍ଷା ୟୁନିଟ୍ ଜିଲ୍ଲାର ପ୍ରଥମ ଉତ୍ତର ଯତ୍ନ ପତିପାଳକ ପରିବାରକୁ ମାସିକ ୨ହଜାର ଟହ୍କା ଯୋଗାଇ ଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପୀଠୀ ପରିଚାଳନା କରିଥିଲେ । ଶିଶୁ ସୁରକ୍ଷା କ୍ଷେତ୍ରେରେ ସୁଚାରୁ ରୂପେ ଦାୟିତ୍ୱ ତୁଲାଉଥିବା ବ୍ୟକ୍ତିବିଶେ ଯଥା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ନରେଶ ନାୟକ, ମୋହନା ବ୍ଲକର ମୁଡମୁଡିଆ ଗ୍ରାମର ଅଙ୍ଗନବାଡି କ୍ରମୀ ବିନୋଦିନି ଦଳାଇ, ଆଶାକର୍ମୀ ଅଞ୍ଜଳି ଗୌଡ, ‘ପ୍ରଭା’ ଚାଇଲ୍ଡଲାଇନ ଅନୁଷ୍ଠାନକୁ ଜିଲ୍ଲାପାଳ ଶ୍ରୀ ପଣ୍ଡା ମାନପତ୍ର ଦେଇ ପ୍ରଶଂସିତ କରିଥିଲେ ।