ପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା) :-ସଦର ବ୍ଳକ ଅନ୍ତର୍ଗତ ଭୀମପୁର ସତ୍ୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏନେଇ ବରିଷ୍ଠ ଶିକ୍ଷୟିତ୍ରୀ ସୁସ୍ମିତା ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାବ୍ଦୀ ତନୟୀ ବେହେରା, ଚନ୍ଦନା ସାହୁ, ଅଦିତ୍ୟ ନନ୍ଦନ ପଣ୍ଡା, ଭଗବାନ ବେହେରା, ଐରାବତ ଗିରି, ଜ୍ୟୋତିସ୍ମିତା ଶିଅଳ, ପ୍ରଫୁଲ ବେହେରା, କ୍ଷିତୀଶ କୁମାର ବେହେରା, ରାଜଶ୍ରୀ ବାଇ, ସଞ୍ଜୟ କୁମାର ସାହୁ, ଅରୂପ ସେଠୀ, ଝୁନୁଲତା ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କ ଛାତ୍ରବତ୍ସଳ ଶିକ୍ଷାନୀତି ଓ ସହଯୋଗୀପୂର୍ଣ୍ଣ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ସବୁଦିନ ତାଙ୍କୁ ମନେ ରଖିବେ ବୋଲି ସେମାନେ କହିଥିଲେ । ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ନାୟକ ଶିକ୍ଷକତା ଜୀବନରେ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ । ତେବେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର କର୍ମଚାରୀଙ୍କ ସହଯୋଗୀ ମନୋଭାବକୁ କେବେ ଭୁଲିପାରିବେ ନାହିଁ ବୋଲି ସେ କହିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ