ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ ରବିବାର ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ଚତୁର୍ଥ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର, ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ପରିଚାଳନା ଟ୍ରଷ୍ଟି ତଥା ସଂପାଦକ ଭାଗିରଥି ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଉତ୍ତର – ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦର ପ୍ରାକ୍ତନ ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ କବି ଅନିଲ ଚନ୍ଦ୍ର ଦାଶ, ବରିଷ୍ଠ ଆଇନଜୀବୀ ଉମା ବଲ୍ଲଭ ମହାପାତ୍ର, କାକଟପୁର ବ୍ଲକ ବିଡିଓ ଡାଃ ତୁଷାର ଜ୍ୟୋତି ରଞ୍ଜନ, ପୁରୀ ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ଯୁବ ସଂଯୋଜକ ଜୟଶଙ୍କର ଯୋଶୀ, ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ବବଧାରକ ଶୋଭାକର ବେହେରା ଓ ବ୍ୟଙ୍ଗ କବି ସଂପଦ କୁମାର ରଥ ପ୍ରମୁଖ ଯୋଗ ଦେଇ ସମାଜ ଓ ସାହିତ୍ୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ସଦୃଶ । ଲେଖନୀ ମାଧ୍ୟମରେ ସୃଜନଶୀଳ ଓ ଚେତନା ଧର୍ମୀ ଲେଖା ସମାଜରେ ସଂସ୍କାର ଆଣିବା ସହ ବିକଶିତ ରାଷ୍ଟ୍ର ଗଠନରେ ଯୁବ ସମାଜକୁ ଜାଗ୍ରତ କରି ସଚେତନତା ସୃଷ୍ଟି କରଥାଏ। ମାନବ ସମାଜ ମହାମନୀଷୀ ମାନଙ୍କ ଦ୍ଵାରା ଲିଖିତ ପୁସ୍ତକକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରି ସେଥିରୁ ଉପାଦେୟତା ଜ୍ଞାନ ଆହରଣ କରି ସୃଜନଶୀଳ ସାହିତ୍ୟ ସୃଷ୍ଟି ଦିଗରେ ବର୍ତୀ ହେବାକୁ ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ସଂଗଠନର ସଂପାଦକ ଭାଗିରଥି ସ୍ବାଇଁ ଅତିଥି ପରିଚୟ ପ୍ରଦାନ ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ। ପରେ ପରେ ଦ୍ଵିତୀୟାର୍ଦରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଭାପତି ପ୍ରଦୀପ କୁମାର ଛାଟୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଅର୍କଶ୍ରୀର ସଂପାଦକ ଉମେଶ ଚନ୍ଦ୍ର ସ୍ଵାଇଁ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ, ଶିକ୍ଷାବିତ ତଥା କବି ସୁନିତା ପଣ୍ଡା, ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅନିଲ ଚନ୍ଦ୍ର ଦାଶ, ବିଶିଷ୍ଟ ଲେଖିକା ଶୈଳବାଳା ମହାପାତ୍ର, ବରିଷ୍ଠ ଆଇନଜୀବୀ ଉମା ବଲ୍ଲଭ ମହାପାତ୍ର, କବୟତ୍ରୀ ସୁକାନ୍ତି ନନ୍ଦ, ସୁନିତା ପଣ୍ଡା, କାକଟପୁର ବିଡିଓ ଡାଃ ତୁଷାର ଜ୍ୟୋତି ରଞ୍ଜନଙ୍କ ସମେତ ୧୬ ପ୍ରତିଭାଧାରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କୋରାପୁଟ, କେନ୍ଦ୍ରାପଡା, କଟକ, ରାୟଗଡା, ଖୋର୍ଦ୍ଧା, ପୁରୀ, କେଉଁଝର ଆଦି ଜିଲ୍ଲାର ୭୦ରୁ ଉର୍ଦ୍ଧ୍ବ କବି, କବୟତ୍ରୀ ଲେଖକ, ସାହିତ୍ୟ ଓ ସଂସ୍କୃତି ପ୍ରେମୀ ବ୍ଯକ୍ତି ବିଶେଷ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରବୀଣ କୁମାର ସୁବୁଦ୍ଧି ଓ ମଂଗରାଜ ବିଶ୍ଵାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ସଚିତ୍ର ଗୋଚ୍ଛାୟତ, ବିଶ୍ଵଜିତ ସ୍ବାଇଁ, ଯୋଗାଚାର୍ଯ୍ୟ ମହେଶ୍ଵର ସାମଲ, ସୁକାନ୍ତ କୁମାର ବିଶ୍ବାଳ, ଗଣେଶ ଚନ୍ଦ୍ର ବେହେରା ଜ୍ଞାନ ରଞ୍ଜନ ବିଶ୍ଵାଳ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ