ବାଲିକୁଦା ନାଳିଓ ସେତୁ ଶୁଭ ଉଦଘାଟନ
ଜଗତସିଂହପୁର (ଅନସୂୟା ରାଉତ) :-ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ମାଛଗାଁ ନାଳିଓ କେନାଲ ସେତୁ ଶୁଭଉଦଘାଟନ କଲେ ମାନ୍ୟବର ସୂଚନା ଲୋକସଂପର୍କ ତଥା ଜଳସଂପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ । ତାଙ୍କ ସହିତ ସମ୍ମାନନୀୟ ଅତିଥି ଭାବେ ବାଲିକୁଦା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ଯ ଶ୍ରୀଯୁକ୍ତ ଜଟାଧାରୀ ଦାସ, ଯୁବ ନେତା କମଳାକାନ୍ତ ମହାପାତ୍ର,ପୂର୍ବତନ ସରପଞ୍ଚ ସରୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ସେତୁ ଉଦଘାଟନ କାର୍ଯ୍ୟ ସଂପାଦନ କରିଥିଲେ ।