ଜିଲ୍ଲାସ୍ତରୀୟ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ
ନିମାପଡା, ( ସନ୍ତୋଷ ଦାଶ) :-ର୍ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ଟି ଅକ୍ଷୟ ତୃତୀୟା ଭାବରେ ସୁଖ୍ୟାତ । ଓଡ଼ିଶାର କୃଷକ ମାନଙ୍କ ପାଇଁ ଏହା ଏକ ଗୁରୁତ୍ତ୍ୱପୂର୍ଣ ଦିନ ଓ ପବିତ୍ର ପର୍ବ । ଏହିଦିନ କ୍ଷେତରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରାଯିବା ସହିତ ବିହନ ବୁଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଏହି ଅବସର ରେ ଆଜି ନିମାପଡା ବ୍ଲକ ଓଲାଂଶ କୃଷିଫାର୍ମ ଠାରେ କୃଷି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୋଦର ପଞ୍ଚାୟତ ଯୁବନେତା ରମାରମଣ ଦେବପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଜିଲ୍ଲାସ୍ତରୀୟ ଅଖିମୁଠି କାର୍ଯ୍ୟକ୍ରମରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ,ଜିଲ୍ଲା ପରିଷଦ ଉପାଧକ୍ଷ ସ୍ଵାଧୀନ କୁମାର ନାୟକ, ପୁରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ ,ନିମାପଡ଼ା କୃଷି ଅଧିକାରୀ ଶରତ ଚନ୍ଦ୍ର ପରିଡ଼ା ,ନିମାପଡ଼ା ବ୍ଲକ କୃଷି ଅଧିକାରୀ ପ୍ରଦୀପ୍ତ କୁମାର ଦାସ, ଗୋପ ବ୍ଳକ୍ କୃଷି ଅଧିକାରୀ ନକୁଳ ମଲ୍ଲିକ, ଚନ୍ଦ୍ର ଶେଖର ଦାସ, ସୁବାସ ବାରିକ, ସତ୍ୟବାଦୀ ବ୍ଲକର କୃଷି ଅଧିକାରୀ କଲ୍ୟାଣ ରାୟ , ନିମାପଡ଼ା ବ୍ଲକ ଅଧକ୍ଷ ଶଙ୍କର ଭୋଇ ଗୋପ ବ୍ଲକ ଅଧ୍ୟକ୍ଷା ଝୂନୁ ମଲ୍ଲିକ ନିମାପଡ଼ା ବ୍ଲକ ଉପାଧକ୍ଷ ଅନୂଷୟା ମହାନ୍ତି, ସସ୍ମିତା ନାୟକ, ରବୀନ୍ଦ୍ର ମଲିକ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଲୋକପ୍ରତିନିଧି ମାନେ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଦାଶ ହଳକରି ବିଲରେ ଧାନ ବୁଣିଥିଲେ । ପ୍ରାୟ ୩00 ରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ ।କୃଷି ଓଭର ସିଓର ମନୋଜ ମହାନ୍ତି ଏହାକୁ ପରିଚାଳନା କରିଥିଲେ ।


