ପବିତ୍ର ଅକ୍ଷିତୃତୀୟାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଦାନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଚାଲିଥିବା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗର ହାତବଢାଇ ଚାଲିଛନ୍ତି ଜଗନ୍ନାଥ ପ୍ରେମୀ ବା ଶ୍ରଦ୍ଧାଳୁ । ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟ ଲାଗି ବ୍ୟବହୃତ ବିଭିନ୍ନ କାମରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ଆଦି ପାଇଁ ଲୋକେ ଯାହାର ଯେତିକି ସାମର୍ଥ୍ୟ ଅନୁସାରେ ସ୍ୱଇଚ୍ଛାରେ ପ୍ରଦାନ କରୁଛନ୍ତି । ଏପରି ଭକ୍ତ ବା ଶ୍ରଦ୍ଧାଳୁମାନେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସକାଶେ ବେଶ ମନବଳାଇ ଆଗଭର ହୋଇ ସହାୟତା ପ୍ରଦାନ କରୁଥିବାର ଲକ୍ଷ୍ୟ କରାଯାଉଛି । ଆଜି ପବିତ୍ର ଅକ୍ଷିତୃତୀୟାରେ ସହରରବିଭିନ୍ନ ଭକ୍ତ ବା ଶ୍ରଦ୍ଧାଳୁ ମାନେ ମୁକ୍ତହସ୍ତରେ ଦାନ କରିଥିବା ଯଥା ଭୁବନେଶ୍ୱରୀ ବେଗରାୟ ୧୦ହଜାର ଟଙ୍କା, ମୋହପୋନ ପ୍ରଧାନ ୧୧ହଜାର ୧୧୧ ଟଙ୍କା, ଏସ୍.କୁସୁମାକୁମାରୀ ୧୦ ହଜାର ଟଙ୍କା, ମାଧବ ପାଣିଗ୍ରାହୀ ୩୫ହଜାର ଟଙ୍କା, ସନ୍ତୋଷ ଶତପଥୀ ୧୦ହଜାର ୧୨୧ଟଙ୍କା, ଶିଶିର କୁମାର ପଣ୍ଡା ୧୦ହଜାର ଟଙ୍କା, କୁନ୍ତଳା ମହାପାତ୍ର ୧୦ହଜାର ଟଙ୍କା ପ୍ରଦାନ କରିଥିବାର ଜଣାପଡିଛି ।


