ମୋଷ୍ଟ୍ ୱାଣ୍ଟେଡ ମାଓବାଦୀ ଙ୍କ ଆତ୍ମ ସମର୍ପଣ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-କଳାହାଣ୍ଡି ଏସ୍ପି ତଥା ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ଓ ସିଆରପିଏଫ କମାଣ୍ଡାଣ୍ଟ ଙ୍କ ଉପସ୍ଥିତିରେ  ମୋଷ୍ଟ ୱାଣ୍ଟେଡ ମାଓବାଦୀ ଏରିଆ କମିଟିର ସିପିଆଇ ମାଓବାଦୀ ଲାଲସୁ @ ଲକ୍ଷ୍ମଣ  ସେଣ୍ଡୁଙ୍କ ଆତ୍ମ ସମର୍ପଣ ।    ବଂଶଧାରା ଘୁମୁସର, ନାଗାବଳୀ ଡିଭିଜନ ଏରିଆ କମିଟି ସେକ୍ରେଟାରୀ  ବିଜିଏନ୍ ଡିଭିଜନ ରେ ବିଗତ ୨୦୧୧ ଓଡ଼ିଶାରେ ଶ୍ରୀ ରାଜେଶ ପଣ୍ଡିତ, ଆଇପିଏସ୍, ଡି.ଆଇ.ଜି ପୋଲିସ୍ (SWR) କୋରାପୁଟ, ଡ।  କମାଣ୍ଡାଣ୍ଟ ସିଆରପିଏଫ ଶ୍ରୀ ବିପ୍ଲାବ ସର୍କ।ର ଓ କଳାହାଣ୍ଡି ଏସ୍ପି ଶ୍ରଵଣା ବିବେକ ଏମ୍ ଙ୍କ ଉପସ୍ଥିତିରେ ଏହି ହାର୍ଡ କୋର ମାଓବାଦୀ ଆଜି ଆତ୍ମସମର୍ପଣ କରିଛି।  ଲାଲସୁ ୨୦୦୯ ମସିହାରେ ନିଷିଦ୍ଧ (ସିପିଆଇ) ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ପ୍ରାୟ ଏକ ବର୍ଷ ଧରି ଛତିଶଗଡର ନିଷିଦ୍ଧ ସିପିଆଇ ମାଓବାଦୀଙ୍କ ଗାଙ୍ଗଲୋର ଡାଲାମରେ ରହିବା ପରେ ସେ ୨୦୧୧ ମସିହାରେ ଓଡିଶାର ନିୟମଗିରି  କୁ ଆସିଥିଲେ। ସେବେଠାରୁ ସେ ଓଡିଶାରେ ବିଦ୍ରୋହୀ ଭାବରେ କାର୍ଯ୍ୟ କରୁଥିଲେ  ।  ସେ ୨୦୧୪ ରେ କର୍ଲାପାଟରେ ଏରିଆ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ।  ପରେ ତାଙ୍କୁ ଏସିଏସ୍ (ଏରିଆ କମିଟି ସଚିବ) ପଦୋନ୍ନତି ଦିଆଯାଇଥିଲା।  ସେ SLR ବନ୍ଧୁକ ଧରି ମାଓବାଦୀଙ୍କ ଆଦର୍ଶକୁ ପ୍ରୋତ୍ସାହିତ କରୁଥିବା ସକ୍ରିୟ ସଦସ୍ୟ ଅଟନ୍ତି | ଲାଲସୁ ପୋଲିସର ର କାର୍ଯ୍ୟରେ ଅନୁପ୍ରାଣିତ ହୋଇ କିଛି ଦିନ ତଳେ ପୂର୍ବରୁ ଆତ୍ମସମର୍ପଣ କରି ଥିବା ଦୁଇଜଣ ମାଓ କ୍ୟାଡ଼ର  ରାମଦାସ ଏବଂ କଲାମ ଦେଇ ଙ୍କୁ ପୋଲିସ ର ସହଯୋଗରେ ବିବାହ ସମାପନ ହୋଇଥିଲା, କଳାହାଣ୍ଡି ପୋଲିସର ସାହାଯ୍ୟରେ ବିବାହ କରିଥିଲେ।   ଯାହାକୁ ନେଇ ନିଜେ ଲକ୍ଷ୍ମଣ ପୋଲିସ୍ ର ଏଭଳି କାର୍ଯ୍ୟ ଓ ଥଇଥାନ ନୀତିରେ ଅନୁପ୍ରାଣିତ ହୋଇ ସେ ମାଓବାଦୀଙ୍କ ହିଂସାର ଅସାରତାକୁ ଅନୁଭବ କରି ଆତ୍ମସମର୍ପଣ କରିବାକୁ ସ୍ଥିର କଲେ।   ସରକାରଙ୍କ ଉତ୍ତମ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଯୋଗୁଁ  ଓଡ଼ିଶାର ଅନେକ ମାଓବାଦୀ ଯେଉଁମାନେ ପଡୋଶୀ ଛତିଶଗଡର ମୂଳ ବାସିନ୍ଦା ଅଟନ୍ତି ସେମାନେ ମଧ୍ୟ ବିଭିନ୍ନ ଜିଲ୍ଲାର ଓଡିଶାରେ ଆତ୍ମସମର୍ପଣ କରୁଛନ୍ତି।  ହିଂସା ପଥରୁ ଦୂରେଇ ରହିବା ଏବଂ ମୁଖ୍ୟ ସ୍ରୋତରେ ଯୋଗଦେବା ପାଇଁ ଲାଲସୁ ମଧ୍ୟ ଉତ୍ସାହିତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ